ବର-କନ୍ୟା ପୋଷାକ ପିନ୍ଧି ସକାଳୁ ଜୀବନ ହାରିଦେଲେ

ବିବାହ କରିଥିବା ଦିନକୁ ଜୀବନ ସମାପ୍ତ କରିଦେବା ଦିନ ଭାବେ ବାଛିନେଲେ । ବିବାହର ୨୬ ବର୍ଷ ପୂର୍ତ୍ତିକୁ ବେଶ ଧୂମଧାମରେ ପାଳିଲେ । ବର-କନ୍ୟା ପୋଷାକ ପିନ୍ଧି ମଧ୍ୟ ରାତ୍ର ପର ଯାଏ ବନ୍ଧୁ ଓ ପରିବାର ଲୋକଙ୍କ ସହ ଉତ୍ସବ ମନାଇଲେ । ଆଉ ସେହିଦିନକୁ ଜୀବନର ଶେଷ ଦିନ କରିଦେଲେ । କରଜରେ ବୁଡିଥିବା ଦମ୍ପତି ଶେଷର ନେଲେ ଏମିତି ନିଷ୍ପତ୍ତି । ମହାରାଷ୍ଟ୍ର ନାଗପୁରରେ ଘଟିଛି ହୃଦୟ ବିଦାରକ ଘଟଣା ।୫୭ ବର୍ଷୀୟ ଜେରୀ ଦାମସନ ଅସ୍କାର ମୋନିକ୍ରିଫଙ୍କ ମୃତଦେହ ରୋଷେଇ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ତାଙ୍କର ୪୬ ବର୍ଷୀୟ ପତ୍ନୀ ଆନ୍ନି ଡ୍ରଇଂ ରୁମରେ ଥିବା ଗୋଟିଏ ବେଡରେ ନିସ୍ତେଜ ଅବସ୍ଥାରେ ରହିଥିଲେ। ଆନ୍ନି ବେଡ ଉପରେ ୨୬ ବର୍ଷ ତଳେ ବାହାଘର ବେଳେ ପିନ୍ଧିଥିବା ପୋଷାକ ପରିଧାନ କରି ଶୋଇ ରହିଥିଲେ। ତାଙ୍କ ଦେହରେ ଧଳା କପଡ଼ା ଘୋଡ଼ା ଯାଇଥିବା ବେଳେ ଉପରେ ଫୁଲ ବିଞ୍ଚି ହୋଇ ପଡ଼ିଥିଲା।ପୁଲିସ୍‌ କହିଛି ଯେ ଜେରି ସମ୍ଭବତଃ ତାଙ୍କ ପତ୍ନୀଙ୍କୁ ଜୀବନ ହାରିବାକୁ ଅନୁମତି ଦେଇଥିଲେ। ସେ ବେକରେ କପଡ଼ା ଲଗାଇ ଝୁଲି ପଡ଼ିଥିଲେ। ଆନ୍ନି ଜୀବନ ହାରିବା ପରେ ଜେରି ତାଙ୍କୁ ସେଠାରୁ ବାହାର କରିଥିଲେ। ତାଙ୍କ ମୃତଦେହ ଉପରେ କପଡ଼ା ଘୋଡ଼ାଇବା ପରେ ଫୁଲ ପକାଇଥିଲେ। ଏହାପରେ ନିଜେ ଗୋଟିଏ ଗାମୁଛା ଦ୍ୱାରା ସିଲିଂରେ ଝୁଲି ପଡ଼ିଥିଲେ।ଜେରିଲ ଓ ଆନ୍ନିଙ୍କ ଆତ୍ମହତ୍ୟା ଘଟଣା ପୂରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବିଶେଷ କରି ମାର୍ଟିନ ନଗର ଅଞ୍ଚଳର ଲୋକମାନେ ଘଟଣା ସମ୍ପର୍କରେ ଜାଣି ପୂରା ସ୍ତବ୍ଧ ହୋଇଯାଇଛନ୍ତି । ତେବେ ସେମାନେ ଜୀବନ ହାରିବା ପୂର୍ବରୁ ସେମାନେ ନିଜ ହ୍ବାଟସଆପ୍ ଷ୍ଟାଟସରେ ଏକ ଭିଡିଓ ଅପଲୋଡ କରିଛନ୍ତି । ଯେଉଁଥିରେ ନିଜ ଜୀବନ ହାରିବାର କାରଣ କହିଛନ୍ତି ।

ଆନ୍ନି ନିଜର ଶେଷ ଭିଡିଓରେ ନିଜର ପରିବାର ଲୋକଙ୍କୁ ସମ୍ପର୍କୀୟ ପିଲାଙ୍କ ଯତ୍ନ କରିବାକୁ କହିଛନ୍ତି । ସମସ୍ତଙ୍କୁ ସେ ଶୁଭେଚ୍ଛା ଜଣାଇ ଭାବବିହ୍ୱଳ ବିଦାୟ ନେଇଛନ୍ତି । ଏହି ଭିଡିଓ ଜୀବନ ହାରିବା ପାଇଁ କାହାକୁ ବି ଦାୟୀ କରାଯାଇନି । ସେମାନଙ୍କ ସମ୍ପତ୍ତିକୁ ସମସ୍ତଙ୍କ ମଧ୍ୟରେ ବାଣ୍ଟି ଦେବାକୁ ଉଭୟ ଅନୁରୋଧ କରିଛନ୍ତି । ଜେରି ଓ ଆନ୍ନିଙ୍କ ଶେଷ ଇଚ୍ଛାକୁ ସମ୍ମାନ ଜଣାଇ ଉଭୟଙ୍କୁ ଗୋଟିଏ କଫିନରେ ଅନ୍ତିମ ବିଦାୟ ଦିଆଯାଇଛି ।

ଅଧିକ ପଢନ୍ତୁ