ବଲାଙ୍ଗୀରରେ ସାମ୍ବାଦିକଙ୍କୁ କଙ୍ଗାରୁ କୋର୍ଟରେ ନିର୍ଯାତନା ଘଟଣା ।

ବଲାଙ୍ଗୀରରେ ସାମ୍ବାଦିକଙ୍କୁ କଙ୍ଗାରୁ କୋର୍ଟରେ ନିର୍ଯାତନା ଘଟଣା । ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୁଇଁନ୍ତଲା ପୁଲିସ । ମାଷ୍ଟରମାଇଣ୍ଡ ଠିକାଦାର ଗଜେନ୍ଦ୍ର ଦଳେଇ ଏବେ ବି ଫେରାର ଥିବା ଜଣାପଡ଼ିଛି। ଚାରିଦିନ ତଳେ ପୁଇଁତଳା ଥାନା କୁଲଥିପାଲି ଗାଁରେ ସାମ୍ବାଦିକ ବିଜୟ ପ୍ରଧାନ ଖବର ସଂଗ୍ରହ ପାଇଁ ଯାଇଥିବା ସମୟରେ ତାଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ପ୍ରାୟ ଦୁଇ ଘଣ୍ଟା ଧରି ଗାଁଦାଣ୍ଡରେ ମାଡ ମାରିବା ପରେ ମନ୍ଦିରକୁ ନେଇ ଖବର ପ୍ରସାରଣ ନକରିବାକୁ ଶପଥ କରାଇଥିଲେ ଅଭିଯୁକ୍ତମାନେ । ଏନେଇ ପୁଇଁନ୍ତଲା ଥାନାରେ ଏତଲା ଦେଇଥିଲେ ବିଜୟ ପ୍ରଧାନ । ସାମ୍ୱାଦିକଙ୍କୁ କଙ୍ଗାରୁକୋର୍ଟରେ ନିର୍ଯାତନା ଦେବା ସମୟର ଫଟୋ ଭାଇରାଲ ହେବା ପରେ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଏସପି ଅଫିସ ଘେରାଉ କରିଥିଲେ ଜିଲ୍ଲା ସାମ୍ୱାଦିକ ସଂଘ ।ସୂଚନା ଥାଉକି, ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅନ୍ତର୍ଗତ କୁଲଥିପାଲି ଗାଁରେ ଚାଲିଥିବା ଏକ ରାସ୍ତା ଗାଡ୍‌ଓ୍ବାଲ କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଖବର ପ୍ରସାରଣ କରିବାରୁ ଠିକାଦାର ଗୁଣ୍ଡା ଲଗାଇ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଥିଲା। ବଲାଙ୍ଗୀରର ସାମ୍ବାଦିକମାନେ ଶନିବାର ଏସଂକ୍ରାନ୍ତରେ ଏସ୍‌ପି ଅଫିସକୁ ଯାଇ ଦାବିପତ୍ର ଦେବା ସହ ସମ୍ପୃକ୍ତ ଠିକାଦାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ରବିବାର ଅପରାହ୍ନରେ ଗଣମାଧ୍ୟମ ପ୍ରତିନିଧି ଜଣକ ଗାଁକୁ ଯାଇ ରାସ୍ତାର ଭିଡିଓ ଉତ୍ତୋଳନ କରି ଲୋକଙ୍କ
ପ୍ରତିକ୍ରିୟା ନେଉଥିବା ବେଳେ ସେହି ପ୍ରକଳ୍ପରେ କାମ କରୁଥିବା କିଛି ଲୋକ ଆସି ତାଙ୍କୁ ବାରଣ କରିଥିଲେ। ଏହା ପରେ ଠିକାଦାର ପଠାଇ ଥିବା ଗୁଣ୍ଡାମାନେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏପରିକି ସେମାନେ ଗଣମାଧ୍ୟମ ପ୍ରତିନିଧିଙ୍କ ହାତବାନ୍ଧି ଘୋଷାଡ଼ି ଘୋଷାଡ଼ି ଗାଁ ମଝିକୁ ନେଇଥିଲେ। ସେଠାରେ ଗାଁ ଦାଣ୍ଡରେ ସର୍ବସମ୍ମୁଖରେ ନିସ୍ତୁକ ମାଡ଼ ମାରିଥିଲେ।

ଅଧିକ ପଢନ୍ତୁ

kc ads