ବଲାଙ୍ଗୀର ତୁଷୁରା ଘୁଡୁକା ବଜାର ମହିଳା କଣ୍ଠଶିଳ୍ପୀ କୁନି ଛତ୍ରିଆଙ୍କ ଅକାଳ ବିୟୋଗ 

ଆଉ ନାହାନ୍ତି ଲୋକ ଗୀତ ଗାଇକା କୁନି ଛତ୍ରିଆ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେଲଭର୍ତ୍ତି କରାଯାଇଥିଲା । ପରେ ସମ୍ବଲପୁର ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଦୀର୍ଘ ଦିନର ଚିକିତ୍ସା ପରେ ଆଖି ବୁଜିଥିଲେ କୁନି ଛତ୍ରିଆ ।କୁନି ଘୁଡୁକାର ଥିଲେ ସ୍ୱର। ତୁଷୁରାର ସୁନାମ ଧନ୍ୟ କଳାକାର ବଡ଼ ଛତ୍ରୀଆଙ୍କ ସ୍ତ୍ରୀ ଥିଲେ କୁନି। ଛୋଟ-ବଡ଼ ଘୁଡୁକା ବାଲାଙ୍କ ସ୍ୱର ଥିଲେ କୁନି। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ କୁନିଙ୍କୁ ୩୬ ବର୍ଷ ବୟସ ହେଉଥିଲା। ଆଜି ତାଙ୍କ ମରଶରୀର ବୁର୍ଲାରୁ ତୁଷୁରା ସ୍ଥିତ ତାଙ୍କ ଘରକୁ ଅଣାଯାଇଛି। ତୁଷୁରାରେ ଶେଷକୃତ୍ୟ ସମ୍ପନ୍ନ ହେବ। ତୁଷୁରା ଭଳି ଛୋଟ ଜାଗାକୁ ଯାଇ ସାନ ବଡ ଘୁଡୁକା ବାଦ୍ୟକୁ ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

ଅଧିକ ପଢନ୍ତୁ