ବଲିଉଡର ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କ ଆଜି ୫୨ତମ ଜନ୍ମଦିନ

ବଲିଉଡର ନୀଳନୟନା ଐଶ୍ୱର୍ଯ୍ୟା ରାୟ। ଆଜି ସେ ତାଙ୍କର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି ।ବଚ୍ଚନ ପରିବାରର ବୋହୂ ତଥା ଜଣାଶୁଣା ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ତାଙ୍କ ଅଭିନୟ ତଥା ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଜଣାଶୁଣା । 1994 ମସିହାରେ ଐଶ୍ୱର୍ଯ୍ୟା ମିସ୍ ୱାଲର୍ଡର ମୁକୁଟ ଜିତିଥିଲେ, ଏହାପରେ ତାଙ୍କ ଜୀବନରେ ଆସିଥିଲା ଟ୍ୱିଷ୍ଟ । ତାଙ୍କୁ ଅନେକ ଆଡୁ ବହୁତ ଅଫର୍ ମଧ୍ୟ ଆସିବାରେ ଲାଗିଲା, ବର୍ତ୍ତମାନ ସେ ବଲିଉଡର ନାମୀଦାମୀ ହିରୋଇନଙ୍କ ମଧ୍ୟରୁ ଜଣେ ।1 ନଭେମ୍ବର 1973 ରେ କର୍ଣ୍ଣାଟକର ମାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିବା ଐଶ୍ୱର୍ଯ୍ୟା ରାୟ 1997 ମସିହାରେ ମଣି ରତ୍ନାମଙ୍କ ଚଳଚ୍ଚିତ୍ର ‘ଇରୁଭର୍’ ସହିତ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହା ପରେ ସେ ଫିଲ୍ମ ‘ଔର ପ୍ୟାର ହୋ ଗୟା’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ତେବେ ଫିଲ୍ମଟି ଏତେଟା ଖାସ୍‌ ଚାଲିନଥିଲା । 1999 ମସିହାରେ ‘ହମ୍ ଦିଲ୍ ଦେ ଚୁକେ ସନମ୍’ ଚଳଚ୍ଚିତ୍ର ସହିତ ଐଶ୍ୱର୍ଯ୍ୟା ବଲିଉଡରେ ତାଙ୍କର ପ୍ରକୃତ ସଫଳତା ପାଇଥିଲେ। ଏହା ପରେ, ଐଶ୍‌ ଗୋଟିଏ ପରେ ଗୋଟିଏ ଶାନଦାର ବଲିଉଡ ଚଳଚ୍ଚିତ୍ରର ଏକ ଅଂଶ ହୋଇଗଲେ ଏବଂ ଧିରେ ଧିରେ ସଫଳତାର ସିଢି ଚଢି ଚାଲିଲେ । ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ପରିବାର ସହିତ ‘ଜଲସା’ରେ ରୁହନ୍ତି, ଯାହାର ମୂଲ୍ୟ ପ୍ରାୟ 112 କୋଟି ଟଙ୍କା । ଏହା ବ୍ୟତୀତ ଐଶ୍ୱର୍ଯ୍ୟା ଏବଂ ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନ ଦୁବାଇର ଜୁମେରାହ ଗଲ୍ଫ ଏଷ୍ଟେଟସ୍‌ରେ ଏକ ପ୍ରାସାଦ ପରି ଭିଲ୍ଲା କିଣିଛନ୍ତି । ଏହା ସହିତ ଐଶ୍ୱର୍ଯ୍ୟା ରାୟଙ୍କର ମଧ୍ୟ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଅଛି, ଯାହା 5,500 ବର୍ଗ ଫୁଟ ଉପରେ ବ୍ୟାପିଛି ।

ଅଧିକ ପଢନ୍ତୁ

Odisha Darpan Digital