ବଳଙ୍ଗା ନାବାଳିକା ମୃତ୍ୟୁ ଘଟଣା ।ଆସନ୍ତା ୭ ତାରିଖରେ ପୁରୀ ଜିଲ୍ଲା ବିଜେଡି ପକ୍ଷରୁ ହରତାଳ

ବଳଙ୍ଗା ନାବାଳିକା ମୃତ୍ୟୁ ଘଟଣା ।ପୁରୀ ଜିଲ୍ଲା ସଭାପତି ଉମାକାନ୍ତ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀର ଆୟୋଜିତ ହୋଇଥିଲା । ଯେଉଁଥିରେ ଆସନ୍ତା ୭ ତାରିଖରେ ପୁରୀ ଜିଲ୍ଲା ବିଜେଡି ପକ୍ଷରୁ ହରତାଳ କରାଯିବ ବୋଲି ଘୋଷଣା କରାଯାଇଛି । ସକାଳ ୬ଟାରୁ ଦିନ ୧୨ଟା ଯାଏଁ ହରତାଳ କରିବ ବିଜୁ ଜନତା ଦଳ । ଅନ୍ୟପଟେ ରବିବାର ଶଙ୍ଖ ଭବନରେ ବିଜେଡିର ବରିଷ୍ଠ ମହିଳା ନେତ୍ରୀ ପ୍ରମିଳା ମଲ୍ଲିକ, ଟୁକୁନି ସାହୁ ଓ ଲେଖାଶ୍ରୀ ସାମନ୍ତ ସିଂହାର ସାମ୍ବାଦିକ ସମ୍ମିଳନୀ କରିବା ସହିତ ଏହି ପ୍ରସଙ୍ଗରେ ମୋହନ ସରକାର ଉପରେ ବର୍ଷିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଅଭିଯୋଗ ଆଣିଛନ୍ତି ଯେ ଏହି ଘଟଣାରେ ସରକାରୀ ଦଳର ଲୋକଙ୍କ ସମ୍ପୃକ୍ତି ଅଛି ବୋଲି ଘଟଣାକୁ ଘୋଡାଇଛନ୍ତି ସରକାର। ଘଣ୍ଟ ଘୋଡାଇବା ବ୍ୟବସ୍ଥା ସରକାରୀ କର୍ମଚାରୀ କରିଛନ୍ତି। ମାସେ ଦୁଇ ମାସ ଭିତରେ ଦୁଇଟି ଘଟଣା ଘଟିଗଲା। ଯେଉଁଥିରୁ ସ୍ପଷ୍ଟ ଯେ ମହିଳା ଏଠି ସୁରକ୍ଷିତ ନୁହନ୍ତି।

ଅଧିକ ପଢନ୍ତୁ