ବଳଙ୍ଗା ପୀଡ଼ିତା ନାବାଳିକାଙ୍କ ହେଲା ସ୍କିନ୍‌ ଟ୍ରାନ୍ସପ୍ଲାଣ୍ଟ୍‌

ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ବଳଙ୍ଗା ପୀଡ଼ିତା । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା କରୁଛନ୍ତି । ଗତକାଲି ତାଙ୍କର ସ୍କିନ୍ ଟ୍ରାନ୍ସପ୍ଲାଣ୍ଟ ହୋଇଛି । ତାଙ୍କ ସ୍ବାସ୍ଥ୍ୟ ସ୍ଥିର ରହିଛି । ଏବେ ମଧ୍ୟ ତାଙ୍କୁ ଅକ୍ସିଜେନ ସହାୟତାରେ ରଖାଯାଇଛି । ଉଭୟ ବିଜେଡି ଓ ବିଜେପିର ସାଂସଦ ଦିଲ୍ଲୀ ଏମ୍ସଠାରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ପୀଡିତାଙ୍କ ସ୍ବାସ୍ଥ୍ୟ ଭଲ ଥିବା ନେଇ ନେଇ ଜଗତସିଂହପୁର ସାଂସଦ ସୂଚନା ଦେଇଥିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ହେଲେ ଘଟଣାରେ ୪ ଦିନ ପରେ ବି ଅଭିଯୁକ୍ତଙ୍କ ଟେର ପାଉନି ପୋଲିସ । ଏପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ଟିମ୍ ୨୦ ଜଣଙ୍କୁ ଜେରା କରିସାରିଲାଣି । ଗତକାଲି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟିମ୍ ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ଚେରହଳ ଗାଁର ଦୁଃଖୀଶ୍ୟମ ସେନାପତିଙ୍କ ଘରକୁ ଯାଇ ଘଟଣା ଦିନ ସମ୍ପର୍କରେ ପଚାରି ବୁଝିଥିଲେ । ସେପଟେ ରୁପା ମୁଦି ଖୋଲିବ ବଳଙ୍ଗା ସସପେନ୍ସ। କ୍ରାଇମ ସ୍ପଟରୁ ମିଳିଥିବା ରୁପା ମୁଦି କାହାର ? ବଳଙ୍ଗା ବଜାରରେ ଥିବା ବିଭିନ୍ନ ଅଳଙ୍କାର ଦୋକାନରେ ପଚାରୁଛି ପୋଲିସ ।

ଅଧିକ ପଢନ୍ତୁ

kc ads