ବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡ ସରିଛି : ଏସ୍‌ପି

ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି। ବୟାନରେ ପୀଡିତା ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଥିବା ସୂଚନା ମିଳିଛି। ଦିଲ୍ଲୀରୁ ଟିମ୍‌ ଫେରିବା ପରେ ବହୁ ଗୁରୁତ୍ୱପୂର୍ଣ୍ଣ କଥା ପ୍ରକାଶ କରିପାରନ୍ତି। ଏହା ମଧ୍ୟ ସୂଚନା ମିଳିଛି କି ୩ ଦୃର୍ବୁତ୍ତ ନିଆଁ ଲଗାଇଥିବା କଥା ପୀଡିତା ଜଣଙ୍କ ପ୍ରତ୍ୟକ୍ଷଦର୍ଶୀଙ୍କୁ କହିନଥିଲେ। ସେ କେବଳ ମୋତେ ବଞ୍ଚାଇଦିଅ,ପାଣି ଦିଅ ବୋଲି କହିଥଇଲେ। ତେବେ ପୀଡିତାଙ୍କ ବୟାନ ଆଧାରରେ କାଯ୍ୟାନଷ୍ଠାନ ହେବ କହିଲେ ପୁରୀ ଏସପି ପିନାକ ମିଶ୍ର । ତଦନ୍ତର ଶେଷ ପଯ୍ୟାୟରେ ପହଞ୍ଚିସାରିଛି । ଆଇନଗତ ଦିଗକୁ ଦୃଷ୍ଟିରେ ରଖି କରାଯାଉଛି ତଦନ୍ତ । ନାବାଳିକାଙ୍କର ଚିକିତ୍ସା ଚାଲିଥିବାରୁ ଅତି ସତର୍କତାର ସହିତ ତଦନ୍ତ କରାଯାଉଛି । ପୀଡିତାଙ୍କର ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ଯାହା ତଦନ୍ତ କରାଯାଉଛି । ତାହା ପୀଡିତାଙ୍କ ପରିବାର ଆଗରେ କରାଯାଉଛି । ଆଉ ସମସ୍ତ ପ୍ରକ୍ରିୟା ତଦନ୍ତର ଭିଡିଓ ରେକର୍ଡ କରାଯାଉଛି । ଘଟଣା ପଛର କାରଣ ସାର୍ବଜନୀନ କରାଯିବ।

ଅଧିକ ପଢନ୍ତୁ

Odisha Darpan Digital