ବଳଦ ଖାଇଦେବାରୁ ବାଘକୁ ବିଷ

ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ବନ ବିଭାଗର ତାମରା ରେଞ୍ଜ କୁସୁମଡିହି ସଂରକ୍ଷିତ ଜଙ୍ଗଲରେ ଏକ କଲରାପତରିଆ ବାଘୁଣୀର ମୃତ୍ୟୁ ହୋଇଥିବାର ଖବର ମିଳିଛି। ମୃତ ବାଘୁଣୀର ବୟସ ପ୍ରାୟ ୧୨ ବର୍ଷ ବୋଲି ଜଣାଯାଇଛି। କିଛି ଦିନ ତଳେ ବାଘ ଆକ୍ରମଣରେ ଏକ ବଳଦର ମୃତ୍ୟୁ ହୋଇଥିଲା । ତେବେ ଏହି ମୃତ ବଳଦ ଦେହରେ କେହି ଦୁର୍ବୃତ୍ତ ବିଷ ମିଶାଇଦେଇଥିଲେ ।ଏହି ବିଷାକ୍ତ ମାଂସ ଖାଇ ବାଘର ମୃତ୍ୟୁ ହୋଇଥିବା ତଦନ୍ତରୁ ଜଣାପଡ଼ିଛି । ତେବେ ମୃତ୍ୟୁର କାରଣ ବିଷକ୍ରିୟା ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି । ଘଟଣାସ୍ଥଳରେ ଆରସିସିଏଫ୍ ଓ ଡିଏଫ୍ଓ ପହଞ୍ଚି ତଦନ୍ତ ଚଳାଇଛନ୍ତି।ଏହି ଘଟଣାରେ ଜଣଙ୍କୁ ବନ ବିଭାଗ ଅଟକ ରଖି ପଚରାଉଚରା କରୁଛି।

ଅଧିକ ପଢନ୍ତୁ