ବସଷ୍ଟାଣ୍ଡରୁ ବଡଦାଣ୍ଡ ପର୍ଯ୍ୟନ୍ତ ଭକ୍ତଙ୍କ ପାଈଁ ହେବ ମାଗଣା ଅଟୋସେବା

ରଥଯାତ୍ରା ସମୟରେ ଭକ୍ତମାନଙ୍କୁ ଓଡ଼ିଶାର ପୁରୀରେ ବସ୍‌ଷ୍ଟାଣ୍ଡରୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ମାଗଣା ଅଟୋ ରିକ୍ସା ସେବା ଯୋଗାଇ ଦିଆଯିବ। ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତି ଯାଞ୍ଚ କରିବା ପାଇଁ ପୁରୀରେ ଚାଲିଥିବା ଦ୍ୱିତୀୟ ସମନ୍ୱୟ ବୈଠକ ସମାପ୍ତ ହେବା ପରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ରଥଯାତ୍ରା, ବାହୁଡା଼ ଓ ସୁନାବେଶ ପାଈଁ ତାଳ ବଣିଆରେ ହେବ ଅସ୍ଥାୟୀ ବସଷ୍ଟାଣ୍ଡ । ମନ୍ତ୍ରୀ କହିଛନ୍ତି ଯେ, ରଥଯାତ୍ରା ସମୟରେ ପୁରୀକୁ ଚଳାଚଳ ପାଇଁ ୨୫୦ଟି ସ୍ୱତନ୍ତ୍ର ବସ୍‌କୁ ପରମିଟ୍ ଦିଆଯିବ। ବସ୍ ଭଡ଼ାର ରେଟ୍ ଚାର୍ଟ ମଧ୍ୟ ପ୍ରଦର୍ଶିତ ହେବ।
ଅନ୍ୟପଟେ ଆଗାମୀ ରଥ ଯାତ୍ରାରେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଗଡ଼ିବ ୧୦୦ ଆମ ବସ୍‌ । ଏନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ

kc ads