ବହି ନାଁରେ ଚଳିବନି ବ୍ୟବସାୟ,ଘରୋଇ ସ୍କୁଲ ମନମାନୀ କଲେ କାର୍ଯ୍ୟାନୁଷ୍ଠାନ ହେବ

ଘରୋଇ ସ୍କୁଲ ମନମାନୀ କଲେ କାର୍ଯ୍ୟାନୁଷ୍ଠାନ ହେବ । ଏପରି ଚେତାବନୀ ଦେଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସବୁ ଘରୋଇ ସ୍କୁଲ ସରକାରୀ ନିୟମ ମାନିବା ଜରୁରୀ । ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହେବ । ଯଦି କୌଣସି ସ୍କୁଲ ବିରୋଧରେ ଅଭିଯୋଗ ଆସିବ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଏଣିକି ଘରୋଇ ସ୍କୁଲରେ NCERT ବହି ପଢ଼ାଯିବା ବାଧ୍ୟତାମୂଳକ ହେବ । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, କେତେକ ବେସରକାରୀ ଶିକ୍ଷାନୁଷ୍ଠାନ ଅଧିକ ଲାଭ ଆଶାରେ ନିଜସ୍ୱ ବହି ପଢ଼ିବାକୁ ପିଲାଙ୍କୁ ବାଧ୍ୟ କରୁଛନ୍ତି, ଯାହା ଶିକ୍ଷା ନୀତିର ଖୋଲାଖୋଲି ଉଲ୍ଲଂଘନ । ନୂତନ ଜାତୀୟ ଶିକ୍ଷା ନୀତି ଅନୁସାରେ ପିଲାମାନେ NCERT ବହି ପଢ଼ିବା ଆବଶ୍ୟକ, ଯାହା ସୁଲଭ ମୂଲ୍ୟରେ ଉପଲବ୍ଧ ।

ଅଧିକ ପଢନ୍ତୁ