ବହୁତ ଶୀଘ୍ର କଲେଜରେ ଯୌନ ନିର୍ଯାତନା ରୋକିବାକୁ ଗଠନ ହେବ ଆଇସିସି

ରାଜ୍ୟ ସରକାର ଉଚ୍ଚ ଶିକ୍ଷାନୁଷ୍ଠାନକୁ ଯୌନ ନିର୍ଯାତନା ମୁକ୍ତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏଣିକି ସବୁ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଆଇସିସି ରହିବ। ବାଣୀବିହାରରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ପରେ ଉଚ୍ଚଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛନ୍ତି। ବିଶ୍ବବିଦ୍ୟାଳୟର କୁଳସଚିବ ଓ କଲେଜ ଅଧ୍ୟକ୍ଷ ମାନେ ୩୦ ତାରିଖ ସୁଦ୍ଧା ବିଭାଗକୁ ଆଇସିସି ନେଇ ଜଣାଇବେ।କମିଟି ନିୟମିତ ଭାବରେ ବୈଠକ କରି କାର୍ଯ୍ୟସ୍ଥଳରେ ମହିଳାଙ୍କ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି ପାଇଁ ନିଯୁକ୍ତିଦାତାଙ୍କୁ ସୁପାରିସ କରିପାରିବେ। କର୍ମସ୍ଥଳରେ ଯୌନ ଶୋଷଣ, ହିଂସା ବା ନିର୍ଯାତନାର ଅଭିଯୋଗ ଆସିଲେ ଉକ୍ତ କମିଟି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେବେ। ଅଭିଯୋଗ ଆସୁ ବା ନଆସୁ ଏକ ବାର୍ଷିକ ବିବରଣୀ ପ୍ରସ୍ତୁତ କରି ଜିଲ୍ଲା ଅଧିକାରୀଙ୍କୁ ଦେବେ। ଯଦି କୌଣସି ସରକାରୀ, ବେସରକାରୀ କାର୍ଯ୍ୟାଳୟ କିମ୍ବା ପ୍ରତିଷ୍ଠାନ ଏଥିରେ ଖିଲାପ କରନ୍ତି ସେମାନଙ୍କୁ ଜରିମାନା କରାଯିବ।

ଅଧିକ ପଢନ୍ତୁ