ବାଂଲାଦେଶୀ ମତ୍ସ୍ୟଜୀବୀ ଓ ଜାହାଜକୁ ଛାଡିବା ପୂର୍ବରୁ ବାଂଲାଦେଶ ଜେଲରେ ସଜା କାଟୁଥିବା ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକୁଳାଇବାକୁ ଦାବି । ଗତ ୬ ତାରିଖରେ ଭାରତୀୟ ଜଳସୀମାରେ ବାଂଲାଦେଶର ଦୁଇଟି ଛୋଟ ଜାହାଜ ଲେଇଲା-୨ ଓ ଏଫ ଭି ମେଘା ବେଆଇନ ଭାବରେ ପଶି ମାଛ ମାରୁଥିବା ବେଳେ ଭାରତୀୟ ତଟରଖି ବାହିନୀ ଦ୍ୱାରା ଧରାପଡିବା ପରେ ସେମାନଙ୍କୁ କୋଷ୍ଟ ଗାର୍ଡ ପକ୍ଷରୁ ପାରାଦ୍ୱୀପ ଅଣା ଯାଇଥିଲା । ସେଠାରେ ସେମାନଙ୍କୁ ରଖାଯିବା ସହିତ ସେମାନେ କିଭଳି ସ୍ବଦେଶକୁ ଫେରିଯାଇ ପାରିବେ ସେ ନେଇ ଭାରତ ସରକାର ଓ ବାଂଲାଦେଶ ସରକାର ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ଏହାକୁ ବିରୋଧ କରିଛି ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ।
ସେ କହିଛନ୍ତି ୨୦୧୪ ମସିହା ଅକ୍ଟୋବର ୧୬ ତାରିଖରେ ୩୧ ଭାରତୀୟ ମତ୍ସ୍ୟଜୀବୀ ସମୁଦ୍ରରେ ମାଛ ମାରୁଥିବା ବେଳେ ଭୁଲବଶତଃ ବାଂଲାଦେଶ ଜଳସୀମାକୁ ପ୍ରବେଶ କରିଥିଲେ । ଫଳରେ ବାଂଲାଦେଶ ସରକାର ତାଙ୍କୁ ଗିରଫ କରିବା ସହିତ ୩୦ ଟନ ମାଛକୁ ଜବତ କରି ନେଇଥିଲେ । ଆଜି ପର୍ଯ୍ୟନ୍ତ ମଧ୍ୟ ବାଂଲାଦେଶ ସରକାର ତାଙ୍କୁ ମୁକ୍ତ କରି ନାହାନ୍ତି । ଯଦି ବାଂଲାଦେଶ ସରକାର ତାଙ୍କ ୭୮ ଜଣ ମତ୍ସ୍ୟଜୀବୀଙ୍କୁ ସ୍ବଦେଶ ନେବାକୁ ଚାହୁଛନ୍ତି ତେବେ ବାଂଲାଦେଶରେ ଜେଲଦଣ୍ଡ ଭୋଗୁଥିବା ୩୧ ଜଣ ମତ୍ସ୍ୟଜୀବୀଙ୍କୁ ପ୍ରଥମେ ଖଲାସ କରନ୍ତୁ । ତେବେ ଏହାକୁ ନେଇ ପ୍ରଧାନମନ୍ତ୍ରୀ, ବୈଦେଶିକ ମନ୍ତ୍ରାଳୟ, ଓ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି ।”