କଟକରେ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଆଉ ଦୁଇ ଦଲାଲଙ୍କୁ ଉଠାଇନେଲା ପୋଲିସ । ଲକ୍ଷ୍ମୀ ସାଗର ଅଞ୍ଚଳରୁ ଦୁଇ ଯୁବକଙ୍କୁ ଉଠାଇଛି କଟକ ସହରାଞ୍ଚଳ ପୋଲିସର ସ୍ପେସାଲ ସ୍ଵାଡ । ଦୁଇ ବ୍ୟକ୍ତିଙ୍କୁ ନେଇ କଟକ ମଧୁପାଟଣା ଥାନା ପୁଲିସ୍ ପଚରାଉଚରା କରୁଛି। ସେପଟେ ମାଜିଷ୍ଟ୍ରେଟଙ୍କ ନିକଟରେ ନାବାଳିକାଙ୍କ ବୟାନ ରେକର୍ଡ ହୋଇଛି। ବାଂଲାଦେଶରୁ ୨୦ରୁ ଅଧିକ ଯୁବତୀ ଭୁବନେଶ୍ଵର , କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦେହ ବ୍ୟବସାୟରେ ଲିପ୍ତ ଥିବା ଖବର ପୁଲିସ ପାଇଛି।
୭ରୁ ୧୫ ଦିନ ଭିତରେ ଆସିବ ମେଡ଼ିକାଲ ରିପୋର୍ଟ। ଏପଟେ ବଢିଚାଲିଛି ଦଲାଲଙ୍କ ତାଲିକା। ଏହି ମାମଲାରେ ରବିବାର ଦିନ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ରିକୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ବିରୁଦ୍ଧରେ ବିଏନ୍ଏସ୍ ଧାରା ୧୪୩, ୧୪୪ ଓ ୫୪ ଲାଗିଛି । ପୂର୍ବରୁ ଦେହ ବ୍ୟବସାୟରେ ଭୁବନେଶ୍ବରରୁ ବାଂଲାଦେଶୀ ଧରାପଡ଼ିବା ନଜିର ରହିଛି। ଋଷୀୟ ଯୁବତୀ ମଧ୍ୟ ଧରାପଡ଼ିଛନ୍ତି। ପୁଲିସ ଉପାୟୁକ୍ତ ପିନାକ ମିଶ୍ର କହିଛନ୍ତି, ଭୁବନେଶ୍ୱରରେ ଏହା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଯେଉଁମାନେ ବାଂଲାଦେଶୀ ଯୁବତୀଙ୍କୁ ଆଣି ଅନୈତିକ କାର୍ଯ୍ୟରେ ନିୟୋଜିତ କରୁଛନ୍ତି, ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ । ଏ ଦିଗରେ ନଜର ରଖିବା ସହ ତଦନ୍ତ କରିବା ପାଇଁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି ।