ବାଂଲାଦେଶ ହିଂସାକୁ ନେଇ ଓଡ଼ିଶା ଉପକୂଳରେ ହାଇଆଲର୍ଟ ଜାରି ହୋଇଛି ।

ବାଂଲାଦେଶ ହିଂସାକୁ ନେଇ ଓଡ଼ିଶା ଉପକୂଳରେ ହାଇଆଲର୍ଟ ଜାରି ହୋଇଛି । ବାଂଲାଦେଶୀମାନେ ଉପକୂଳ କିମ୍ବା ସମୁଦ୍ର ତଟ ଦେଇ ପଶି ଆସୁଥିବାରୁ ସବୁଠି ହାଇ ଆଲର୍ଟ ଜାରି ହୋଇଛି। ସମ୍ପ୍ରତି ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ଚାଲିଥିବା ଅକଥନୀୟ ଅତ୍ୟାଚାରରେ ସାରା ଭାରତରେ ଅସନ୍ତୋଷର ନିଆଁ ଜଳୁଛି । ବାଂଲାଦେଶର ଲୋକ ମାନେ କାଳେ ଅନୁପ୍ରବେଶ କରିବେ ଏ ନେଇ ପ୍ରଶାସନ ପକ୍ଷରୁ ଜଳପଥ ଓ ସ୍ଥଳପଥରେ କଡା ପ୍ରହରା ମଧ୍ଯ ଦିଆଯାଇଛି ।

ଗୁରୁବାର ୧୧ ଜଣ ବଙ୍ଗଭାଷୀ ଶ୍ରମିକ ପାରାଦୀପକୁ ସୁଦୂର କଲିକତାରୁ ଆସିଥିବା ବେଳେ ପୋଲିସ ସେମାନଙ୍କ ଉପରେ ସନ୍ଦେହ ପ୍ରକଟ କରିଥିଲା । ପୋଲିସ ସମସ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି । ସମସ୍ତ ସନ୍ଦିଗ୍ଧ କୋଲକାତାର ବାବୁଘାଟରୁ ଆସିଥିବା ଜଣାପଡିଛି । ସମସ୍ତେ ବଙ୍ଗଳା ଭାଷାରେ କଥାବାର୍ତ୍ତା ହେଉଥିବା ବେଳେ ଏମାନେ ବାଂଲାଦେଶୀ ଅନୁପ୍ରବେଶକାରୀ କି ନୁହେଁ ସେନେଇ ତଦନ୍ତ ଚାଲିଛି ।

ଅଧିକ ପଢନ୍ତୁ