ବାଂଲାଦେଶ ହିଂସା ଭିତରେ ଫେରିବେ ପ୍ରବାସୀ ଓଡ଼ିଆ ଶ୍ରମିକ

ବାଂଲାଦେଶରେ ଲାଗିରହିଥିବା ହିଂସା ଓ ସେଠାରେ ହିଂସାରେ ଶିକାର ହେଉଥିବା ପ୍ରବାସୀ ଶ୍ରମିକଙ୍କୁ ନେଇ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି । ବାଂଲାଦେଶରେ ରହୁଥିବା ସମସ୍ତ ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଆଜି ଏନେଇ ଶ୍ରମମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି ବାଂଲାଦେଶରେ କେତେ ଓଡ଼ିଆ ଶ୍ରମିକ ଅଛନ୍ତି ତାର ଏକ ତାଲିକା ପ୍ରସ୍ତୁତ ଚାଲିଛି।

ସମସ୍ତ ଜିଲାର ଶ୍ରମ ଅଧିକାରୀଙ୍କୁ ଏନେଇ ଦାୟିତ୍ୱ ଦିଆଯାଇଛି।ପ୍ରାଥମିକ ଭାବେ ଅଫିସିଆଲ ଡାଟା ମୁତାବକ ଯାଇଥିବା ଶ୍ରମିକମାନଙ୍କ ସହ ଯୋଗାଯୋଗ କରାଯିବ ଓ ପରେ ନନ୍ ଅଫିସିଆଲ ଭାବେ ଯାଇଥିବା ଶ୍ରମିକଙ୍କ ବାବଦରେ ତଥ୍ୟ ସଂଗ୍ରହ କରାଯାଇ ସେମାନଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରାଯିବ ବୋଲି ଶ୍ରମମନ୍ତ୍ରୀ କହିଛନ୍ତି । ଆସନ୍ତା ୧୫-୨୦ ଦିନ ମଧ୍ୟରେ ସେମାନଙ୍କୁ ଫେରାଇ ଅଣାଯିବ ବୋଲି ଶ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital