ବାଇକ୍ ଉପରେ ରୋମାନ୍ସ ଷ୍ଟଣ୍ଟ । ଯୁବତୀ ଓଲଟା ବସି ରିଲସ ଦେଖିଲେ, ପ୍ରେମିକ ଫିଲ୍ମ ଷ୍ଟାଇଲରେ ବାଇକ ଉଡ଼େଇଲେ। ରାଜଧାନୀରେ ମତୁଆଲା ଯୁବକ ଯୁବତୀଙ୍କ ଭିଡିଓ ଭାଇରାଲ ହୋଇଛି । ସମୟ ସଂଧ୍ୟା… ଏକ ଦାମୀ ବାଇକ୍ ଚଳାଉଥିଲେ ପୁଅ, ଆଉ ପଛ ସିଟ୍ରେ ବସିବା ବଦଳରେ ଝିଅ ମାନେ ଗାର୍ଲଫ୍ରେଣ୍ଡ ବସିଥିଲେ ଆଗ ସିଟ୍ରେ । କାନ୍ଧକୁ କାନ୍ଧ ଯୋଡ଼ି ହୋଇ ଚାଲିଛି ପ୍ରେମ ଦିଆନିଆ । ଦୁହିଁଙ୍କ ମୁଣ୍ଡରେ ନଥିଲା କୌଣସି ହେଲମେଟ୍। ତଥାପି ନଥିଲା ପୋଲିସକୁ ଡର । ଚଳନ୍ତା ବାଇକ୍ରେ ଭରପୁର ଚାଲିଥିଲା ରୋମାନ୍ସ । ପଛରେ କି ପାଖରେ ଯାଉଥିବା ଦେଖଣାହାରୀ ଏହି ଚିତ୍ର ଦେଖି ତାଜୁବ। ତଥାପି ପ୍ରେମୀଯୁଗଳଙ୍କ ନଥିଲା ଭୟ । ଇନଫୋସିଟି ଥାନାରୁ ଇନଫୋସିଟି ଛକ ଆଡ଼େ ବାଇକରେ ଏହି ଯୁବକ ଯୁବତୀ ଆସୁଥିବା ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଦେଖି ରାସ୍ତାରେ ଯାଉଥିବା ଅନ୍ୟ ଲୋକମାନେ ବି ତାଜୁବ ହୋଇଛନ୍ତି ।
