ବାଇକ୍‌ ପାଇଁ ୧୦ ଦିନର ପୁଅକୁ ବିକି ଦେଲା ସ୍ବାର୍ଥପର ବାପା

ଶିଶୁପୁତ୍ରକୁ ୬୦ ହଜାରରେ ବିକି ବାଇକ୍ କିଣିଲା ବାପାବାପା ସାଜିଲା ସଇତାନ । ନିଜ ଖୁସୀ ପାଇଁ କିଛି ପଇସାରେ ବିକିଦେଲା ପୁଅକୁ । ସବୁ ବାପାଙ୍କ ପାଇଁ ପୁଅ ଆଶାବାଡି ସାଜିଥିବା ବେଳେ ଏ ବାପା ପାଇଁ ତା ପୁଅ ମୂଲ୍ୟହୀନ । ମୟୂରଭଞ୍ଜ ଜିଲ୍ଲା ପୋଡାପଡା ଗାଁର ଧର୍ମୁ ବେହେରା, ହଦମଉଦ ଗାଁର ଶାନ୍ତି ପାତ୍ରଙ୍କୁ ଦ୍ବିତୀୟ ବିବାହ କରି ହଦମଉଦ ଗାଁରେ ରହୁଥିଲେ ।

ପୂର୍ବରୁ ଶାନ୍ତି ପାତ୍ରଙ୍କର ଏକ ଶିଶୁପୁତ୍ର ଥିବା ବେଳେ ଧର୍ମୁଙ୍କୁ ବିବାହ କରିବା ପରେ ପୁଣି ଏକ ଶିଶୁପୁତ୍ରକୁ ଗତ ୧୯ ତାରିଖରେ ଜନ୍ମ ଦେଇଥିଲେ ।ହସ୍ପିଟାଲରୁ ଡ଼ିସଚ୍ଚାର୍ଜ ହେବାପରେ ଉଦଳା ସାଇଁକୁଳା ମାଣିଚଗାଁର ନିଃସନ୍ତାନ ଦମ୍ପତ୍ତିଙ୍କୁ ୬୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ। ସେହି ଟଙ୍କାରେ ଏକ ନୂଆ ବାଇକ କିଣିଥିଲେ। ଧର୍ମୁ ବାଇକରେ ନିଜ ଗାଁରେ ବୁଲାବୁଲି କରିବା ପରେ କଥା ପ୍ରଘଟ ହୋଇଥିଲା। ପରେ CWC ଟିମ୍ ହଦମୌଦ ଗାଁରେ ପହଞ୍ଚି ତଦନ୍ତ କରିଛି।କିନ୍ତୁ ପରିବାର ପ୍ରତିପୋଷଣ ପାଇଁ ଅକ୍ଷମ ଥିବାରୁ ନବଜାତକକୁ ବିକି ଦେଇଥିବା କହିଛନ୍ତି ନିଜେ ଧର୍ମୁ ବେହେରା ।

ଅଧିକ ପଢନ୍ତୁ

Odisha Darpan Digital