ବାଗେଶ୍ବର ଧାମରେ ବଡ଼ ଧରଣର ଦୁର୍ଘଟଣା : ଟେଣ୍ଟ୍ ଭୁଶୁଡ଼ିବାରୁ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ମଧ୍ୟପ୍ରଦେଶର ଛତରପୁର ଜିଲାର ପ୍ରସିଦ୍ଧ ବାଗେଶ୍ୱର ଧାମ୍‌ ଆଶ୍ରମ ପରିସରରେ ବଡ଼ ଅଘଟଣ ଘଟିଛି। ବାବାଙ୍କ ଜନ୍ମଦିନ ଲାଗି ପ୍ରସ୍ତୁତି ଚାଲିଥିବା ବେଳେ ଏକ ତମ୍ବୁ ଭୁଶୁଡ଼ି ପଡ଼ିବା ଯୋଗୁ ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି। ସେହିଭଳି ଅନ୍ୟ ୩ରୁ ୪ ଜଣ ଆହତ ହୋଇଛନ୍ତି। । ଏହି ଘଟଣା ସକାଳ ପ୍ରାୟ ୭ ଟା ସମୟରେ ଆଳତି ପରେ ଘଟିଥିଲା । ଶ୍ରଦ୍ଧାଳୁ ବର୍ଷାରୁ ବଞ୍ଚିବା ପାଇଁ ଏକ ଟେଣ୍ଟ୍ ତଳେ ଏକାଠି ହୋଇଥିଲେ ଠିକ୍ ସେହି ସମୟରେ ଏହି ଅଘଟଣ ଘଟିଥିଲା । ମୃତକଙ୍କ ପରିଚୟ ଉତ୍ତର ପ୍ରଦେଶର ଅଯୋଧ୍ୟା ନିବାସୀ ଶ୍ୟାମଲାଲ କୌଶଲଙ୍କ ରୂପରେ ହୋଇଛି ।ସମସ୍ତ ଆହତଙ୍କୁ ଛତରପୁର ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ମାମଲାର ତଦନ୍ତ ଆରମ୍ଭ କରିଛି।

ଅଧିକ ପଢନ୍ତୁ

kc ads