ବାଘଛାଲ ରାକେଟ ଖିଅ ଖୋଜୁ ଖୋଜୁ ମୋବାଇରେ ମିଳିଲା ୪ ଶହ ମହିଳାଙ୍କ ଅଶ୍ଳୀଳ ଫଟୋ

ଆନ୍ତଃରାଜ୍ୟ ବାଘଛାଲ ରାକେଟ ଖିଅ ଖୋଜୁ ଖୋଜୁ ମିଳିଲା ସାଂଘାତିକ ତଥ୍ୟ । ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଶିକ୍ଷକ ଓ ତାନ୍ତ୍ରିକ ମୋବାଇଲରୁ ମିଳିଛି ଚମକେଇ ଦେବା ଭଳି ଭିଡ଼ିଓ ।ଉଭୟ ବଶୀକରଣ ଆଳରେ ଶତାଧିକ ମହିଳାଙ୍କ ଶୋଷଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଅଭିଯୁକ୍ତ ତାନ୍ତ୍ରିକର ମୋବାଇଲ୍‌ରୁ ମହିଳାମାନଙ୍କ ଶତାଧିକ ଆପତ୍ତିଜନକ ଫଟୋ ଓ ଭିଡିଓ ମିଳିବା ପରେ ଘଟଣାଟି ନୂଆ ମୋଡ଼ ନେଇଛି । ମଙ୍ଗଳବାର ଦିନ ୩ଟି କଲରାପତରିଆ ବାଘଛାଲ ଜବତ କରିଥିଲା ବନ ବିଭାଗ । ତେବେ ଏନେଇ ବଡ଼ସାହି ଥାନା IICଙ୍କୁ ଅବଗତ କରିଥିଲା ବନ ବିଭାଗ ।ଏହି ମାମଲାରେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ପାଉଁଶିଆ ଗ୍ରାମର ତାନ୍ତ୍ରିକ ଗୁରୁପ୍ରସାଦ ପାତ୍ର, କାଣିମହୁଲି ଗାଁର ଶିକ୍ଷକ ମନୋରଞ୍ଜନ ଟିପିରିଆଙ୍କ ସମେତ ବାଲେଶ୍ବର ଓ ମୟୂରଭଞ୍ଜର ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେମାନଙ୍କ ପାଖରୁ ୭ଟି ମୋବାଇଲ୍‌ ଜବତ ହୋଇଥିଲା । ତେବେ ତାନ୍ତ୍ରିକ ଗୁରୁପ୍ରସାଦର ମୋବାଇଲ ଖୋଲିବା ପରେ ସେଥିରେ ୪୦୦ରୁ ଅଧିକ ଭିଡିଓ ରହିଥିବା ବେଳେ ମହିଳାଙ୍କର ଶତାଧିକ ଆପତ୍ତିଜନକ ଭିଡିଓ ସହ ଫଟୋ ମଧ୍ୟ ରହିଛି । ତନ୍ତ୍ରସାଧନା ବେଳେ କୌଶଳକ୍ରମେ ଏସବୁ ଭିଡିଓ ଉତ୍ତୋଳନ ହୋଇଥିବା ଜଣାପଡ଼ିଛି । ତେବେ ଯାଞ୍ଚ ପାଇଁ ଶିକ୍ଷକ ଓ ତାନ୍ତ୍ରିକଙ୍କ ମୋବାଇଲ୍‌ ସହ ଅନ୍ୟ ଅଭିଯୁକ୍ତଙ୍କ ମୋବାଇଲ୍‌ଗୁଡ଼ିକୁ ରାଜ୍ୟ ଫରେନ୍‌ସିକ୍‌ ଲାବ୍‌କୁ ପଠାଯାଇଛି । ରିପୋର୍ଟ ଆସିଲେ ତଦନ୍ତ ତ୍ବରାନ୍ବିତ ହେବ ।

ଅଧିକ ପଢନ୍ତୁ

kc ads