ବାଘୁଣୀ ରୂପାର ଅଢେଇ ମାସର ଧଳା ଛୁଆ ମୃତ୍ୟୁ

ବାଘୁଣୀ ରୂପାର ଧଳା ଛୁଆ କିଛିଦିନ ହେବ ଅସୁସ୍ଥ ଥିଲା । ମା’ ଠାରୁ ଅଲଗା ହୋଇ ଅଢେଇ ମାସର ଛୁଆ ଜନ୍ତୁ ଲାଳନପାଳନ କେନ୍ଦ୍ରରେ ଚିକିତ୍ସା ଜାରି ରହିଥିଲା । କିନ୍ତୁ ପରେ ମୃତ୍ୟୂ ଘଟିଥିଲା।ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏହାର କାରଣ ଜାଣିବା ପାଇଁ ମୃତ ଶାବକର ପୋଷ୍ଟମର୍ଟମ କରାଯିବ। ସୂଚନାମୁତାବକ ୧୨ ଜାନୁୟାରୀ ୨୦୨୫ରେ, ବାଘ ଶାବକ ଧଳା ବାଘୁଣୀ ଅସୁସ୍ଥ ଥିବା ଦେଖାଯାଇଥିଲା। ଶାବକଟି ବସି ରହୁଥିଲା ଏବଂ ଖାଇବାକୁ ଆସୁ ନଥିଲା। ଶାବକକୁ ମା’ ଠାରୁ ଅଲଗା କରାଯାଇ ପରୀକ୍ଷଣ କରାଯାଇଥିଲା। ଶାବକର ଶରୀରର ତାପମାତ୍ରା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା ​​ଏବଂ ତୁରନ୍ତ ଚିକିତ୍ସା ପାଇଁ ପ୍ରାଣୀ ଉଦ୍ୟାନର ପ୍ରାଣୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଶାବକର ରକ୍ତ ଏବଂ ମଳ ନମୁନା ବିଶ୍ଳେଷଣ ସହିତ ବିସ୍ତୃତ ନିଦାନ ପରୀକ୍ଷା କରାଯାଇଥିଲା।

ଅଧିକ ପଢନ୍ତୁ

Odisha Darpan Digital