ବାତିଲ ହେଲା ଆରଆଇ, ଏଆରଆଇ, ଅମିନ, ଆଇସିଡ଼ିଏସ ସୁପରଭାଇଜର ମୁଖ୍ୟ ପରୀକ୍ଷା

ବାତିଲ ହେଲା ଆରଆଇ, ଏଆରଆଇ, ଅମିନ, ଆଇସିଡ଼ିଏସ ସୁପରଭାଇଜର ମୁଖ୍ୟ ପରୀକ୍ଷା । ନୂଆ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପରୀକ୍ଷା ଆଉ ଥରେ କରାଯିବ ବୋଲି ନିର୍ଦ୍ଦେଶ ହୋଇଛି । ଏନେଇ ଅଡ଼ିଶାର ଆଡ଼ଭୋକେଟ ଜେନେରାଲ (AG) ପିତାମ୍ବର ଆଚାର୍ଯ୍ୟ ଓଡ଼ିଶା ହାଇକୋର୍ଟଙ୍କୁ ଅବଗତ କରିଛନ୍ତି।

ବାତିଲ ପରୀକ୍ଷାର ସ୍ଥାନରେ ୧୫ ଦିନ ଭିତରେ ଏକ ସାନି ପ୍ରିଲିମିନାରୀ ପରୀକ୍ଷା ଆୟୋଜନ କରାଯିବ ବୋଲି OSSSC ଘୋଷଣା କରିଛି। ତେବେ, ଏହି ପରୀକ୍ଷା ପାଇଁ ପ୍ରାର୍ଥୀଙ୍କୁ ପୁନଶ୍ଚ ଆବେଦନ କରିବାକୁ ପଡ଼ିବ ନାହିଁ, ଏବଂ ପୂର୍ବରୁ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀଙ୍କୁ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ୨୮୯୫ ପଦବି ଖାଲି ଥିଲା । ପରୀକ୍ଷା ଦେବା ପାଇଁ ଆବେଦନ କରିଥିଲେ ୫ ଲକ୍ଷରୁ ଊର୍ଦ୍ଧ୍ବ ପିଲା । ଅଗଷ୍ଟ ୧ ରୁ ସେପ୍ଟେମ୍ବର ୪ ଯାଏ ହୋଇଥାନ୍ତା ପରୀକ୍ଷା ।ପରୀକ୍ଷା ଦେଇଥିଲେ ସେଥିରୁ ୨ ଲକ୍ଷ ୯୩ ହଜାର ପିଲା । ପରୀକ୍ଷାରେ ଅନିୟମିତତା ନେଇ ପରୀକ୍ଷାର୍ଥୀମାନେ ଅଭିଯୋଗ ଆଣିବା ପରେ ଓଏସ୍‌ଏସ୍‌ଏସ୍‌ସି ପକ୍ଷରୁ ସମସ୍ତ ପରୀକ୍ଷାର୍ଥୀଙ୍କୁ ମୁଖ୍ୟ ପରୀକ୍ଷାକୁ ଉତ୍ତୀର୍ଣ୍ଣ କରାଯାଇଥିଲା।ସରକାରୀ ନିଯୁକ୍ତି ବିଜ୍ଞପ୍ତି ଅନୁଯାୟୀ ଧାରା ୧୦କୁ ଏହା ଉଲଂଘନ କରୁଛି ବୋଲି କୋର୍ଟରେ ଅଭିଯୋଗ ହୋଇଥିଲା । ରାଜ୍ୟ ସରକାରଙ୍କ ତରଫରୁ ଆଡ଼ଭୋକେଟ୍ ଜେନେରାଲ ମାମଲା ପରିଚାଳନା କରିଥିଲେ ।

ଅଧିକ ପଢନ୍ତୁ

Odisha Darpan Digital