ବାତ୍ୟା ‘ଦାନା’ ଯୋଗୁଁ ଚାନ୍ଦବାଲିରେ ସର୍ବାଧିକ ବର୍ଷା

ବାତ୍ୟା ‘ଦାନା’ ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ଉପୁଜିଛି ବନ୍ୟା ସ୍ଥିତି। ଲଗାଣ ବର୍ଷା ହେତୁ ପାଣି ଉଛୁଳି ପରିସ୍ଥିତି ଧୀରେ ଧୀରେ ଅଣାୟତ୍ତ ହେବାକୁ ଲାଗିଛି। ପାଣି ପ୍ରଖର ସ୍ରୋତରେ ପ୍ରବାହିତ ହେବାରୁ ବାଲେଶ୍ୱର ଜିଲ୍ଲାର ୧୦ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଛି । ବାତ୍ୟା ‘ଦାନା’ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ପ୍ରବଳ ବର୍ଷା ହୋଇଥିବାରୁ ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି । ବୁଢାବଳଙ୍ଗ ଓ ସୋନ ନଦୀରେ ପ୍ରବଳ ମାତ୍ରାରେ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ବାଲେଶ୍ୱର ଜିଲ୍ଲାର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି । ବାତ୍ୟା ଦାନା ପ୍ରଭାବରେ ଚାନ୍ଦବାଲିରେ ସର୍ବାଧିକ ୧୬୭.୬ ମିମି ବର୍ଷା ରେକର୍ଡ ହୋଇଛି। ଭଦ୍ରକରେ ୧୬୧ ମିମି, ଯାଜପୁରରେ ୧୪୩ ମିମି, ବାଲେଶ୍ୱରରେ ୮୭.୬ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ କେନ୍ଦ୍ରାପଡାରେ ୬୯.୨ମିମି, ବାରିପଦା ୫୨ମିମି, କଟକ ୨୫.୪ ମିମି, ପାରାଦ୍ୱୀପରେ ୧୪.୮ମିମି, ଜଗତସିଂହପୁରରେ ୨୧.୨ମିମି, କେନ୍ଦୁଝରରେ ୧୭.୩, ଭୁବନେଶ୍ୱରରେ ୮.୪ମିମି ବର୍ଷା ରେକର୍ଡ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅଧିକ ପଢନ୍ତୁ

Odisha Darpan Digital