ବାତ୍ୟା ଯେତେ ପାଖେଇ ଆସୁଛି ତାର ପ୍ରଭାବ ସେତେ ଅଧିକ ଦେଖିବାକୁ ମିଳୁଛି । ରାଜଧାନୀ ଭୁବନେଶ୍ୱରରେ ବି ବାତ୍ୟାର ପ୍ରଭାବରେ ସକାଳୁ ଅଳ୍ପ ବହୁତ ବର୍ଷା ଲାଗି ରହିଥିଲା । ଏହାପରେ ଅଚାନକ ଅପରାହ୍ଣରେ ରାଜଧାନୀକୁ ଢାଙ୍କି ଦେଇ କଳା ବାଦଲ । କଳା ମେଖ ବାଦଲରେ ଅନ୍ଧାର ହୋଇଛି ପୂରା ଭୁବନେଶ୍ୱର । ବାତ୍ୟା ମୋନ୍ଥା ପ୍ରଭାବରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି | ମୋନ୍ଥା କୋପରେ ରାଜ୍ୟରେ ଦୁଇ ଦିନ ଭୀଷଣ ବର୍ଷା । ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଜି ମାଲକାନଗିରି କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିଭଳି ଆଜି ପାଇଁ ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି।
