ବାଥ୍‌ରୁମ୍‌ରେ ଗୁପ୍ତ କ୍ୟାମେରା ଲଗାଇ ଅଡୁଆରେ ଓଡ଼ିଆ ପ୍ରେମୀଯୁଗଳ

ତାମିଲନାଡୁର ହୋସୁରସ୍ଥିତ ନାଗମଙ୍ଗଳମ୍‌ର ଏକ ହଷ୍ଟେଲରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବାଥ୍‌ରୁମ୍‌ରେ ଗୁପ୍ତ କ୍ୟାମେରା ଲଗାଇବା ଅଭିଯୋଗରେ ଓଡ଼ିଶାର ଜଣେ ଯୁବତୀ ଓ ତାଙ୍କ ପୁରୁଷବନ୍ଧୁ ଗିରଫ ହୋଇଛନ୍ତି। ଗିରଫ ଯୁବତୀ ଓଡ଼ିଶାର 23 ବର୍ଷିୟ ନୀଲୁ କୁମାରୀ ଗୁପ୍ତା । ଏନେଇ ଅଧିକ ତଦନ୍ତ ଜାରି ରହିଥିବା ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

11 ମହଲା ବିଶିଷ୍ଟ କୋଠାର ଅଷ୍ଟମ ମହଲାରେ ଥିବା ବାଥରୁମ୍‌ରେ ଏକ କ୍ୟାମେରା ଥିବା ଜଣେ ଯୁବତୀ ଜାଣିବା ପରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଏହାପରେ କଥା ଯାଇ ହଷ୍ଟେଲ ଓ୍ବାର୍ଡେନଙ୍କ ନିକଟରେ ପହଞ୍ଚିଥିଲା । ଓ୍ବାର୍ଡେନ ଯାଞ୍ଚ କରିବା ପରେ ବାଥରୁମରେ ନୀଲୁ କ୍ଯାମେରା ଲଗାଇଥିବା ଜାଣିପାରିଥିଲେ । ଏହାକୁ ପ୍ରତିବାଦ କରି ହଷ୍ଟେଲ ସମ୍ମୁଖରେ 2ହଜାରରୁ ଅଧିକ ମହିଳା କର୍ମୀ ସମସ୍ତ ବାଥରୁମ୍‌ରେ କ୍ୟାମେରା ଖୋଜିବା ଓ ଅଭିଯୁକ୍ତ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ପାଇଁ ଅଡି ବସିଥିଲେ ।ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ହୋସୁର ସବ କଲେକ୍ଟର ଆକ୍ରିତି ସେଟ୍ଟି ଏବଂ ଜିଲ୍ଲା ପୋଲିସ ଅଧିକ୍ଷକ ଥାଙ୍ଗାଦୁରାଇ ହଷ୍ଟେଲରେ ପହଞ୍ଚି ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିଥିଲେ ଓ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶୃତି ଦେଇଥିଲେ । ସୁରକ୍ଷା ଦୃଷ୍ଟିରୁ ହଷ୍ଟେଲରେ 50ରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ ।ପୁରୁଷବନ୍ଧୁ ସନ୍ତୋଷ(୨୫) ମହିଳା ବାଥ୍‌ରୁମ୍‌ରେ ସ୍ପାଏ କ୍ୟାମେରା ଲଗାଇବା ପାଇଁ ନିଲୁଙ୍କୁ କହିଥିଲେ ବୋଲି ଜଣାପଡ଼ିଛି।

ଅଧିକ ପଢନ୍ତୁ

Odisha Darpan Digital