ବାଦ ପଡିଥିବା ମହିଳା ପୁଣିଥରେ ପାଇପାରିବେ ଯୋଜନାର ସୁବିଧା

ସୁଭଦ୍ରା ଯୋଜନାରୁ ଅପ୍‌ଟ ଆଉଟ ହୋଇଥିବା ହିତାଧିକାରୀଙ୍କ ପାଇଁ ନୂଆ ବ୍ୟବସ୍ଥା କରାଯାଉଛି। ଯେଉଁ ହିତାଧିକାରୀମାନେ ଭୁଲ୍‌ରେ ଅପଟ୍‌ ଆଉଟ ହୋଇଯାଇଥିଲେ ସେମାନେ ଏଥିରେ ସୁବିଧା ପାଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।ସୁଭଦ୍ରା ଯୋଜନାର ପୋର୍ଟାଲରେ ଲଗ୍‌ ଇନ୍‌ କରି ବାଦ୍‌ ପଡ଼ିଥିବା ହିତାଧିକାରୀମାନେ ଅପଟ୍‌ ଇନ୍‌ କରିପାରିବେ। ଏହାପରେ ସେମାନେ ହିତାଧିକାରୀ ତାଲିକାରେ ପୁନଃ ଯୋଡ଼ି ହୋଇପାରିବେ।ସୂଚନାଥାଉକି, ପୂର୍ବରୁ ଗତ ଶନିବାର ଉପମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନାର ବଡ଼ ଘୋଷଣା କରିଥିଲେ। ଉପମୁଖ୍ୟମନ୍ତ୍ରୀ କହିଥିଲେ, ଜାନୁଆରୀ ୧୫ ପରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଏମିତିକି ମାର୍ଚ୍ଚ ୩୦ ସୁଦ୍ଧା ଆବେଦନ କରିଥିବା ହିତାଧିକାରୀଙ୍କୁ ଏକାଥରକେ ମିଳିବ ସୁଭଦ୍ରାର ଦୁଇଟି କିସ୍ତି ।

ଏନେଇ ବ୍ୟାଙ୍କ ଗୁଡ଼ିକ ସହିତ ବୈଠକ ସରିଛି। ମୋବାଇଲ ଅପଡେଟ କାରଣରୁ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ଅନେକ ହିତାଧିକାରୀ ‘ସୁଭଦ୍ରା’ରୁ OPT OUT ହୋଇଯାଇଥିଲେ । ଏବଂ ଏହି ସମ୍ପର୍କରେ ଅନେକ ଗୁଡିଏ ଅଭିଯୋଗ ଆସିବା ପରେ ଏହାକୁ ପ୍ରାଥମିକତା ଦେଇ ସମସ୍ୟାର ସମାଧାନ କରାଯାଇଛି ।ଭୁଲ୍ ରେ OPT OUT ହୋଇଯାଇଥିବା ‘ସୁଭଦ୍ରା ହିତାଧିକାରୀ’ଙ୍କ ପାଇଁ ପୋର୍ଟାଲରେ ବ୍ୟବସ୍ଥା ହୋଇଛି ।ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିଥିବା ୧କୋଟି ୫ ଲକ୍ଷ ୩୬ ହଜାର ୬୧୨ ଆବେଦନକାରୀଙ୍କ ମଧ୍ୟରୁ ପ୍ରାୟ ୧୮ ହଜାର ୭୩୫ ମହିଳା ଡିସେମ୍ବର ୩ ସୁଦ୍ଧା ଓହରି ଯାଇଛନ୍ତି । ଜାନୁଆରୀ ୧୫ ତାରିଖ ପରେ ମିଳିବ ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା ଖାତାକୁ ଆସିବ ।

ଅଧିକ ପଢନ୍ତୁ

Odisha Darpan Digital