ବାପାଙ୍କୁ ବାହାର ପଟୁ ତାଲା ପକାଇ ଚାକିରିଆ ପୁଅ ଫେରାର

ସଂପତ୍ତି ବିବାଦର ନୂଆ ଚିତ୍ର। ଗୋଟିଏ ଘରେ ତାଲାପକାଇଲେ ଉଭୟ ବାପା ଓ ପୁଅ। ବାପା ଭିତରପଟୁ ତାଲା ପକାଇଥିବାବେଳେ ପୁଅ ବାହାର ପଟୁ ତାଲା ପକାଇଥିଲେ। ପୋଲିସ ଆସିବାରୁ ପୁଅ ଖୋଲିଲା ତାଲା I ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଗାନ୍ଧି ନଗର ଚତୁର୍ଥ ଲାଇନ୍ ଅଞ୍ଚଳରେ।ପୁଅର ବାପା କହିଛନ୍ତି, ତାଙ୍କ ପୁଅ ରାୟଗଡାରେ ଚାକିରି କରେ । ସେ ଯେତେବେଳେ ଘରକୁ ଆଶେ ଘରେ ତାଙ୍କ ସହ ପାଟିଗୋଳ କରେ । ପୁଣି ଚାଲିଯାଏ । ରଥଯାତ୍ରା ବେଳେ ସେମିତି ପାଟିଗୋଳ କରି ଯାଇଥିଲା । ଏନେଇ ପୂର୍ବରୁ ସେ ପୋଲିସକୁ ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ପ୍ରକାଶ ବାବୁ ଘରେ ଏକା ମଣିଷ ରହୁଥିବା ବେଳେ ତାଙ୍କର ରକ୍ତଚାପ , ମଧୁମେହ ଆଦି ରୋଗ ରହିଛି । ଆଜି ସକାଳେ ଆସି ତାଲା ପକେଇଦେଇ ଯାଇଥିବା ଅଭିଯୋଗ କରିଛନ୍ତି ପ୍ରକାଶ । ଘଟଣାସ୍ଥଳରେ ପୋଲିସ ପଚରାଉଚରା ଜାରି ରଖିଛି ।ପୁଅ ଦୀପକ ଏବେ ରାୟଗଡ଼ାରେ କନିଷ୍ଠ ଯନ୍ତ୍ରୀ ଭାବେ କାମ କରୁଛନ୍ତି। ସେ ବାପାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି- ତାଙ୍କ ପତ୍ନୀଙ୍କୁ ବାପା ପ୍ରକାଶ ଅଧିକ ଯୌତୁକ ଦାବି କରି ଘରୁ ବାହାର କରି ଦେଇଛନ୍ତି।

ଅଧିକ ପଢନ୍ତୁ

kc ads