ବାପାଙ୍କ ଟ୍ରାକ୍ଟର ତଳେ ଚାପି ହୋଇ ୩ ବର୍ଷ ଶିଶୁର

ବୌଦ୍ଧ ଆଦର୍ଶ ଥାନା ନାରାୟଣ ନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାପାଙ୍କ ଟ୍ରାକ୍ଟର ତଳେ ଚାପି ହୋଇ ୩ ବର୍ଷ ଶିଶୁର ଜୀବନ ଚାଲିଯାଇଛି । ବୌଦ୍ଧ ନାରାୟଣ ନଗର ଅନୀଲ କର୍ଣଙ୍କ ପୁଅ ହେଉଛି ଆହ୍ୱାନ କର୍ଣ। ସୂଚନା ଅନୁସାରେ ବାପାଙ୍କ ଟ୍ରାକ୍ଟର ତଳେ ଚାପି ହୋଇ ୩ ବର୍ଷ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି ।ଅନୀଲ କର୍ଣ୍ଣ ଟ୍ରାକ୍ଟର ଚଲାନ୍ତି। ସେ ଆଜି ଘର ପାଖରେ ତାଙ୍କ ଟ୍ରାକ୍ଟରକୁ ପଛକୁ ନେଉଥିବା ବେଳେ ହଠାତ୍ ତାଙ୍କ ପୁଅ ଆହ୍ୱାନ ଦୌଡ଼ି ଆସିଥିଲା। ତେବେ ଆହ୍ୱାନଙ୍କୁ ଦେଖିପାରି ନଥିଲେ କର୍ଣ୍ଣ। ସେ ଟ୍ରାକ୍ଟରକୁ ପଛକୁ ନେଉଥିବା ବେଳେ ଚକା ତଳେ ପଡ଼ି ଯାଇଥିଲାପୁଅର ଚିତ୍କାର ଶୁଣି ଟ୍ରାକ୍ଟରରେ ବ୍ରେକ୍ ଦେଇ ତଳକୁ ଓହ୍ଲାଇ ଆସିଥିଲେ ଅନୀଲ କର୍ଣ୍ଣ। କିନ୍ତୁ ସେତେବେଳକୁ ସବୁ ଶେଷ ହୋଇଯାଇଥିଲା। ରକ୍ତାକ୍ତ ହୋଇ ପଡ଼ିଥିଲା ପୁଅ। ସଙ୍ଗେ ସଙ୍ଗେ ତାକୁ ବୌଦ୍ଧ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେତେବେଳକୁ ତା’ର ମୃତ୍ୟୁ ହୋଇସାରିଥିଲା।

ଅଧିକ ପଢନ୍ତୁ