ବାବା ଆଖଣ୍ଡଳମଣିଙ୍କ ପୀଠର ଉନ୍ନତୀକରଣ ଲାଗି ୧୦ କୋଟି ଟଙ୍କାର ଅନୁଦାନ ଘୋଷଣା

ବାବା ଆଖଣ୍ଡଳମଣିଙ୍କ ପୀଠ ପାଇଁ ୧୦ କୋଟିର ପାଣ୍ଠି ଘୋଷଣା। ବାବା ଆରଡ଼ିଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ମିଳିଲା ୧୦ କୋଟି ଟଙ୍କାର ଅନୁଦାନ। ପରିକ୍ରମା ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଉନ୍ନୟନ ପାଣ୍ଠିରୁ ୧୦ କୋଟି ଟଙ୍କା ମନ୍ଦିରକୁ ପ୍ରଦାନ କରିଛନ୍ତି। ଆଜି ପବିତ୍ର ମହାଶିବରାତ୍ରିରେ ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି।

ଆଜି ସକାଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉଚ୍ଚ ଶିକ୍ଷା, କ୍ରୀଡ଼ା, ସଂସ୍କୃତି ଓ ଓଡ଼ିଆ ଭାଷାସାହିତ୍ୟ ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ବାବା ଆଖଣ୍ଡଳମଣିଙ୍କ ପୂଜାର୍ଚ୍ଚନା ସହ ଦର୍ଶନ କରିଥିଲେ। ଏହାପରେ ମନ୍ଦିର ତଥା ଏହାର ପାରିପାର୍ଶ୍ୱିକ ବିକାଶ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପର୍ଯ୍ୟଟନ ବିଭାଗ ପକ୍ଷରୁ ୧୦ କୋଟିର ଅନୁଦାନ ଦିଆଯିବା ନେଇ ଘୋଷଣା କରିଥିଲେ। ଏନେଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ କୃତଜ୍ଞତା ଜଣାଇଥିଲେ।

ଅଧିକ ପଢନ୍ତୁ

kc ads