ବାବ୍-ଏଲ୍-ମାଣ୍ଡେବ୍ ପ୍ରଣାଳୀ ବନ୍ଦ କରିବା ଧମକ ଦେଲା ଇରାନ !

ଆମେରିକା-ଇସ୍ରାଏଲ ଆକ୍ରମଣ ପରେ ଇରାନ ହର୍ମୁଜ୍ ପ୍ରଣାଳୀକୁ ନିଜ ନିୟନ୍ତ୍ରଣକୁ ନେଇସାରିଛି। ଫଳରେ ଶକ୍ତି ଯୋଗାଣ ଅବରୋଧ ହେବା ଦ୍ବାରା ବିଶ୍ୱ ସ୍ତରରେ ତେଲ ମୂଲ୍ୟ ବୃଦ୍ଧି ପାଇଛି। ଯଦି ଆମେରିକା ଇରାନ ବିରୋଧରେ ଜାରି ରହିଥିବା ସାମରିକ ଅଭିଯାନକୁ ଜୋରଦାର୍ କରିବାକୁ ନିଷ୍ପତ୍ତି ନିଏ, ତେବେ ତେହେରାନର ଆରବ ଉପଦ୍ୱୀପରେ ବାବ୍-ଏଲ୍-ମାଣ୍ଡେବ୍‌ର ଆଉ ଏକ ରଣନୈତିକ ପ୍ରଣାଳୀକୁ ଅବରୋଧ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ଅନ୍ୟପଟେ ମଧ୍ୟପ୍ରାଚ୍ୟ ଯୁଦ୍ଧ ସହ ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଂଗରେ କଥା ହେଲେ ଦୁଇ ସୁପର ପାୱାର । ପ୍ରାୟ ଏକ ଘଣ୍ଟା ଧରି କଥାବାର୍ତ୍ତା ହୋଇଛନ୍ତି ଦୁଇ ନେତା । ଉଭୟ ରୁଷ ଏବଂ ଆମେରିକା ପକ୍ଷରୁ ଏହି ସୂଚନା ଦିଆଯାଇଛି । ନିଜେ ଟ୍ରମ୍ପ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଉଭୟଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା ହୋଇଥିବା କହିଛନ୍ତି ଟ୍ରମ୍ପ ।

ଗତ ଡିସେମ୍ବର ପରେ ଏହା ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ କଥାବାର୍ତ୍ତା । ଇରାନ ଯୁଦ୍ଧର ତୁରନ୍ତ ଅବସାନ ପାଇଁ ପୁଟିନ ଏକ ପ୍ରସ୍ତାବ ଦେଇଛନ୍ତି । ଟ୍ରମ୍ପ ପୁଟିନଙ୍କୁ କହିଥିଲେ, ଆପଣ ୟୁକ୍ରେନ ଯୁଦ୍ଧ ଶେଷ କରି ଦିଅନ୍ତୁ । ବିଶ୍ବପାଇଁ ଏହା ସବୁଠୁ ବଡ଼ ସହାୟତା ହେବ ।

ଅଧିକ ପଢନ୍ତୁ