ବାରବାଟୀରେ ଲାଇଟ୍ ବନ୍ଦ ହୋଇଯିବା ଘଟଣାରେ ଓସିଏକୁ ଜବାବ ମଗାଯିବ : କ୍ରୀଡାମନ୍ତ୍ରୀ

ବାରବାଟୀରେ ବଡ଼ ବିଭ୍ରାଟ । ଅନ୍ତର୍ଜାତୀୟ ମ୍ୟାଚ୍ ଚାଲିଥିବା ବେଳେ ବନ୍ଦ ହୋଇଗଲା ଫ୍ଲଡ ଲାଇଟ୍ । ଭାରତୀୟ ଦଳର ଇନିଂସ ସମୟରେ ଫ୍ଲଡ ଲାଇଟ୍ ବନ୍ଦ ହୋଇଯାଇଥିଲା । ଫଳରେ ଖେଳ ଅଧାରୁ ବନ୍ଦ ରହିଥିଲା ।ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ବାରବାଟୀ ମ୍ୟାଚ ନେଇ ବହୁ ଆୟୋଜନ କରାଯାଇଥିଲା। ଏନେଇ ଓସିଏକୁ ଆମେ ଜବାବ ମାଗିବୁ।

ଯେଉଁମାନେ ସମ୍ପୃକ୍ତ କାର୍ଯ୍ୟରେ ନିୟୋଜିତ ଥିଲେ କାହିଁକି ଏପରି ଘଟିଲା ତାହା ଯାଞ୍ଚ କରାଯିବ। ଘଟଣାର ଠିକ୍ ଯାଞ୍ଚ ହେବା ଉଚିତ ବୋଲି ସେ କହିଛନ୍ତି। ସେପଟେ ବାରବାଟୀରେ ଫ୍ଲଡ୍ ଲାଇଟ୍ ବନ୍ଦହେବା ଘଟଣାକୁ ନେଇ ଅଜବ ସଫେଇ ରଖିଛନ୍ତି ଓସିଏ ସଂପାଦକ ସଞ୍ଜୟ ବେହେରା । କହିଛନ୍ତି, ଜେନେରେଟର୍ ଆସିବା ବାଟରେ ଖେଳାଳିଙ୍କ ବସ୍ ରହିଯାଇଥିଲା । ରାସ୍ତାରେ ରାସ୍ତାରେ ବସ୍‌ ଥିବାରୁ ଲାଇଟ୍ ଆସିବାରେ ହେଲା ବିଳମ୍ୱ । ଖେଳାଳିଙ୍କ ବସ୍‌ ଛାଡ଼ି ଖେଳ ଦେଖୁଥିଲେ ଡ୍ରାଇଭର୍ । ଡ୍ରାଇଭରଙ୍କୁ ଫୋନ୍ କରି ଡକାଗରା ଓ ଜେନେରେଟର ଆସିବା ପରେ ଫ୍ଲଡ ଲାଇଟ ଜଳିଥିଲା ବୋଲି କହିଛନ୍ତି ଓସିଏ ସଂପାଦକ ।

ଅଧିକ ପଢନ୍ତୁ