ବାରବାଟୀ ଷ୍ଟାଡିୟମରେ କ୍ରିକେଟ ଖେଳିଲେ ମୁଖ୍ୟମନ୍ତ୍ରୀ

ଫେବୃଆରୀ ୯ରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ। ସକାଳେ ମୁଖ୍ୟମନ୍ତ୍ରୀ ନିଜେ ବାରବାଟୀ ଷ୍ଟାଡିୟମ ଯାଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଷ୍ଟାଡିୟମରେ କ୍ରିକେଟ ଖେଳିଥିଲେ।ସମୀକ୍ଷା ଏବଂ ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ବିବୃତିରଖି କହିଥିଲେ ଯେ ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବା ଆମ ପାଇଁ ସୌଭାଗ୍ୟର ବିଷୟ । ଓ.ସି.ଏର ସମସ୍ତ କର୍ମକର୍ତ୍ତା ଏବଂ ଟିମ୍, ଜିଲ୍ଲା ପ୍ରଶାସନ, ରାଜ୍ୟ ପ୍ରଶାସନ ବିଶେଷ କରି କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରସ୍ତୁତି କାର୍ଯ୍ୟ ଅନୁଷ୍ଠିତ ହେଉଛି । ଏହା ହେଉଛି ଆମ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ । ଏହା ହେଉଛି ଆମ ପାଇଁ ସମ୍ମାନର କଥା ।

ପୁରାଟିମ୍ ଏଥିପାଇଁ ପରିଶ୍ରମ କରୁଛନ୍ତି । ଦୁଇ ବର୍ଷ ପରେ ଆମ ପାଖକୁ ଏହି ସୁଯୋଗ ଆସିଛି । ଏହି ମ୍ୟାଚ୍ ସଫଳତାର ସହ ଆୟୋଜନ ହେବ । ଅନ୍ୟପଟେ ବାରବାଟୀ ଟିକେଟ କାଉଣ୍ଟର ସ୍ଥାନ ମଧ୍ୟ ବଦଳିଛି । ଟ୍ରାଫିକ ପରିଚାଳନାକୁ ଦୃଷ୍ଟିରେ ରଖି କଟକ ବାରବାଟୀ ଷ୍ଟାଡିୟମ୍ ମୁଖ୍ୟ ରାସ୍ତା କଡ଼ରେ ଥିବା ଟିକେଟ୍ କାଉଣ୍ଟର ଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି । ମୁଖ୍ୟ ରାସ୍ତା କଡ଼ରେ ନ ରଖି କାଉଣ୍ଟର ଗୁଡ଼ିକୁ ଭିତରକୁ ନିଆଯାଇଛି । ଗତକାଲି ବିଳମ୍ବିତ ରାତିରେ ଏଗୁଡ଼ିକୁ ସ୍ଥାନାନ୍ତର କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ୍। ୨ ତାରିଖରୁ ଅନଲାଇନ୍ ଟିକେଟ୍ ଏବଂ ୬ ଏବଂ ୭ ତାରିଖ କାଉଣ୍ଟରରେ ଟିକେଟ୍ ମିଳିବ।

ଅଧିକ ପଢନ୍ତୁ

Odisha Darpan Digital