ବାରରେ ଏଣିକି ଜଏଣ୍ଟ ରେଡ କରିବେ ଏକ୍ସାଇଜ ଓ ପୋଲିସ ଟିମ୍

ବାରରେ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ ଘଟଣା । ବାରରେ ବାଉନ୍ସରଙ୍କ ପାଇଁ ବଢୁଛି ଆକ୍ରମଣ । ଏଣିକି ଜଏଣ୍ଟ ରେଡ କରିବେ ଏକ୍ସାଇଜ ଓ ପୋଲିସ ଟିମ୍ ।। ବାଉନ୍ସର୍ ବଦଳରେ ରହିବେ ସ୍ବୀକୃତିପ୍ରାପ୍ତ ସିକ୍ୟୁରିଟି ଗାର୍ଡ । ପୂର୍ବରୁ ଲାଗୁ ପାଇଁ ପୋଲିସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଥିଲା । ସୂଚନା ଦେଇଛନ୍ତି ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲ କହିଛନ୍ତି । ପସେରା ଆକ୍ଟ ଆଧାରରେ ସ୍ବୀକୃତିପ୍ରାପ୍ତ ସିକ୍ୟୁରିଟି ଗାର୍ଡ ନିୟୋଜିତ ହେବେ। ବା ଗତ ୧୪ ଫେବୃଆରୀ ଭାଲେଣ୍ଟାଇନ ଡେ’ରେ ରାତି ତମାମ ଖୋଲାଥିଲା ବାର। ନିଶା ଖାଇ ଭୋର ପର୍ଯ୍ୟନ୍ତ ନାଚିଲେ ଯୁବପୀଢ଼ି । ନିୟମ କାନୁନର ଉଡିଲା ଧଜ୍ଜିଆ । ଖବର ପାଇ ଚଢ଼ାଉ କଲା ଅବକାରୀ ବିଭାଗ। ଏହି ଘଟଣା ଘଟିଛି ଖାରବେଳନଗର ଅଞ୍ଚଳରେ ଥିବା ବାର ଓ ପବ୍ ଉପରେ । ଡିଜେ ବଜାଇ ଛାତି ଥରାଇ ଦେଉଥିଲେ ବାର କର୍ତ୍ତୃପକ୍ଷ। ଭୋର ପର୍ଯ୍ୟନ୍ତ ବାର ଚଲାଇବା ପାଇଁ ଥିଲା ଯୋଜନା । କିନ୍ତୁ ଶେଷ ମୁହୂର୍ତ୍ତରେ ଖବର ପାଇ ଚଢ଼ାଉ କଲା ଅବକାରୀ ବିଭାଗ। ୧୨ ଟା ପର୍ଯ୍ୟନ୍ତ ବାର ଖୋଲା ନେଇ ଅନୁମତି ଥିବା ବେଳେ ନିୟମ କାନୁନର ଧଜ୍ଜିଆ ଉଡିଥିବା କହିଛନ୍ତି ସ୍ଥାନୀୟ ଲୋକେ । ସେପଟେ ଗତକାଲି ବିଳମ୍ବିତ ରାତିରେ ଏସବୁ ବନ୍ଦ କରାଯାଇଥିବା ବେଳେ ଆଜି ବାରକୁ ସିଲ କରାଯିବ ସୂଚନା ଦେଇଛି ଅବକାରୀ ବିଭାଗ।

ଅଧିକ ପଢନ୍ତୁ