ବାରୁଣିରେ ବୁଡ଼ ପକାଉଛନ୍ତି ଶ୍ରଦ୍ଧାଳୁ ।

ବାରୁଣିରେ ବୁଡ଼ ପକାଉଛନ୍ତି ଶ୍ରଦ୍ଧାଳୁ । ବୁଡ଼ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ।ଋଷିକୁଲ୍ୟା ଓ ବଡ଼ ନଦୀ ସଙ୍ଗମ ସ୍ଥଳରେ ବୁଡ଼ । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସହ ଅସ୍ଥି ବିସର୍ଜନ କରୁଛନ୍ତି ଶ୍ରଦ୍ଧାଳୁ ।ଚଳିତବର୍ଷ ବାରୁଣୀରେ ସ୍ବଚ୍ଛ ପରିମଳ ଉପରେ ଅଧିକ ଦୃଷ୍ଟି ଦିଆଯାଇଛି । ଆସୁଥିବା ଶ୍ରଦ୍ଧାଳୁମାନେ କିପରି ହଇରାଣ ନ ହେବ ସୁରକ୍ଷିତ ଭାବେ ବୁଡ଼ ପକାଇ ଯିବେ ପ୍ରଶାସନ ଓ ଯାଜପୁର ପୌରପାଳିକା ପକ୍ଷରୁ ବ୍ୟବସ୍ଥା କରାଯାଇଛି । ସେପଟେ ଘାଟକୁ ପରିସ୍କାର ପରିଚ୍ଛନ୍ନ କରିବା ସହ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ପାଇଁ ବ୍ୟାରିକେଟ୍ ବ୍ୟବସ୍ଥା କରାଯାଇଛି ।

ବିଶ୍ୱାସ ରହିଛି ଏହି ଦିନରେ ଏଠାରେ ପିଣ୍ଡଦାନ କଲେ ପିତୃପୁରୁଷ ମୋକ୍ଷ ପାପ୍ତି ହୋଇଥାନ୍ତି । ଯେଉଁଥିପାଇଁ ଧାଇଁ ଆସନ୍ତି ହଜାର ହଜାର ଶ୍ରଦ୍ଧାଳୁ । ପୁରାଣରେ ବିଶ୍ୱାସ ରହିଛି ପୂଣ୍ୟତୋୟା ବୈତରଣୀ ଗଙ୍ଗା ନଦୀଠାରୁ 12 ବର୍ଷ ବଡ଼ । ସେଥିପାଇଁ ପ୍ରତିବର୍ଷ ଆଜିର ଦିନରେ ଏଠାରେ ସ୍ନାନ କରିବା ସହିତ ବୁଡ଼ ପକାଇଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ଅଛି । ଏହି ପରିପ୍ରେକ୍ଷୀରେ ବୈତରଣୀ ନଦୀ କୂଳ ଲୋକାରଣ୍ୟ ହୋଇଉଠିଛି ।

ଅଧିକ ପଢନ୍ତୁ