ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ସାମଗ୍ରିକ ବିକାଶ ତଥା ଉତ୍କର୍ଷର ପ୍ରତିଫଳନ ଲକ୍ଷ୍ୟ ନେଇ ସ୍ଥାନୀୟ ଲାଠିପଡ଼ାସ୍ଥିତ ମଡେଲ ଡିଗ୍ରୀ କଲେଜ ପରିସରରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଅଛି | ଛାତ୍ର ସଂସଦ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ମଧୁସ୍ମିତା ମହାପାତ୍ର, ଡକ୍ଟର ପ୍ରକାଶ କୁମାର ସାହୁ, ଡକ୍ଟର ଅନୀୟ କୁମାର ସାମନ୍ତରା, ବିଜୟ କୁମାର ସାହୁଙ୍କ ସୁପରିଚାଳନାରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା | ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା | ସଭାକାର୍ଯ୍ୟ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ବଳନ ସହ ଆନୁଷ୍ଠାନିକ ଭାବେ ସ୍ବାଗତ ସଂଗୀତ ପରିବେଷଣ କରାଯାଇଥିଲା |

୨୦୨୪-୨୫ ଶିକ୍ଷାବର୍ଷର ରାଜନୀତି ବିଜ୍ଞାନ ବିଭାଗର ଛାତ୍ରୀ ଶୁଭସ୍ମିତା ମହାନ୍ତି ‘ଶ୍ରେଷ୍ଠ ସ୍ନାତକ’ ଟ୍ରଫି ସହିତ ଦୁଇ ହଜାର ଟଙ୍କା ନଗଦ ରାଶି ପୁରସ୍କାର ଓ ‘ଶ୍ରେଷ୍ଠ ଲିଟେରାରୀ ପୁରସ୍କାର’ ଉଦ୍ଭିଦ ବିଜ୍ଞାନ ବିଭାଗର ଛାତ୍ରୀ ସସ୍ମିତା ପ୍ରଧାନ ଗ୍ରହଣ କରିଥିଲେ | ଅନ୍ୟତମ ଅତିଥି ଭାବେ ଶ୍ରୀ ଗୌରମୋହନ ସାହୁ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ | ସଭାକାର୍ଯ୍ୟ ଦୀପିକା ରାଣୀ ତୁରୁକ୍ ପରିଚାଳନା କରିଥିବା ବେଳେ ଶତାଧିକ ଛାତ୍ରଛାତ୍ରୀମାନଙ୍କ ସହ ଡକ୍ଟର ସନ୍ତୋଷ କୁମାର ବେହେରା, ଡକ୍ଟର ଜ୍ୟୋତ୍ସ୍ନାରାଣୀ କର, ଡକ୍ଟର ଅପରାଜିତା ମିଶ୍ର, ରୀନାବାଳା ଘଡ଼େଇ, ଡକ୍ଟର ସୁନୀଲ ଚନ୍ଦ୍ର ପ୍ରଧାନ, ରିତିଶ୍ରୀ ମଲ୍ଲିକ, ବିଭୁତି ଭୂଷଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ |

ଅଧିକ ପଢନ୍ତୁ