ବାଲାପଡୁ କ୍ଵାର୍ଜଖଣି ଖାଦାନ ଜନଶୁଣାଣୀ ତୀବ୍ର ବିରୋଧ ,ବିବାଦରେ ପ୍ରଦୂଷଣ ବିଭାଗ !

ରାୟଗଡ ଜିଲ୍ଲା – ରାୟଗଡ ସମଗ୍ର ରାୟଗଡ ଜିଲ୍ଲାଏବେ ଖଣି ଲିଜ୍ ଧାରୀଙ୍କ ଲୋଲୁପ ନଜରରେ ରହିଛି . ଆଗାମୀ ପନ୍ଦର ବର୍ଷରେ ଧ୍ୱଂସ ହେବ ଜିଲ୍ଲା ର ପ୍ରକୃତି ! ଏଠି ମିଳିବନି ପାଣି ,ବଂଚିବାକୁ ପବନ ଗୋଟାଏ ପଟେ ସିଜିମାଳି ଖଣି ନେବାକୁ ମୈତ୍ରୀ କମ୍ପାନୀ ଷଡଯନ୍ତ୍ର ଶୀର୍ଷରେ ପହଂଚିଥିବା ବେଳେ ପ୍ରଭାବିତ ଅଂଚଳ ବାସୀ ଧ୍ବଂସଲୀଳା କୁ ଅଟକାଇବାକୁ ତୀବ୍ର ବିରୋଧ କରିଚାଲିଛନ୍ତି . ଅଂଚଳରେ ଅଶାନ୍ତର ବାତାବରଣ . ଆଇନ ଶୃଙ୍ଖଳା କୁ ନେଇ କୋଉ ମୁହରତରେ ବଡ ଅଘଟଣ ଘଟିପାରେ .
କାଶୀପୁର ପରେ ଏବେ ରାୟଗଡ ବ୍ଲକ ରେ ଧ୍ବଂସଲୀଳା ଆରମ୍ଭ ହେବାକୁ ଯାଉଛି ! ରାୟଗଡ ଏରୀକୁବାଡି ପଂଚାୟତ ର ଵାଲାପାଡୁ ଗ୍ରାମ ନିକଟରୁ କ୍ୱାଟଜ ଓ କ୍ଵାରଯାଇଟ ବାହାର କରାଯିବାକୁ ଚାଲିଛି ଷଡଯନ୍ତ୍ର . ଏବଂ ଏହି ଖଣିରୁ ଧ୍ୱଂସଲୀଳା ଆରମ୍ଭ ହେବାକୁ ଯାଉଛି ! ଯେଉଁ ଖଣି ଅତି ମୂଲ୍ୟବାନ ଏବଂ ସେହି ପାହାଡ଼ରେ କେବଳ କ୍ୱାର୍ଜ ସହ ବହୁ ମୂଲ୍ୟବାନ ରତ୍ନ ରହିଥିବା ନେଇ ସନ୍ଦେହ ରହିଛି . କ୍ୱାର୍ଜ ବାହାନାରେ ଲିଜ ଧାରୀ ବହୁ ମୂଲ୍ୟବାନ ରତ୍ନ ଖଣି କୁ ନଜର ରଖିନାହିଁ ତ ବୋଲି ପ୍ରଶ୍ନ ହେଉଛି .


ଖଣି ଖନନ ପାଇଁ ଆଜି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡିଶା ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଜନଶୁଣାଣୀ ନେଇ ସମଗ୍ର ଅଂଚଳରେ ଡ଼ାକବାଜି ରେ ପ୍ରଚାର ପ୍ରସାର କରିନାହିଁ ସେଭଳି ଜିଲ୍ଲା ଲୋକସମ୍ପର୍କ ବିଭାଗକୁ ମଧ୍ୟ ଅବଗତ କରିନାହିଁ ! ଜାତୀୟ ସ୍ତରର ପରିବେଶବିତ ଙ୍କୁ ମଧ୍ୟ ଅବଗତ ଜରାଯାଇନାହିଁ ! ଏଭଳି ଜନ ଶୁଣାଣି କରି ଅନ୍ଧାରରେ ରଖିବାକୁ ଚାହୁଁଥିଲା ପ୍ରଦୂଷଣ ବିଭାଗ , ନା ଲିଜ ଧାରି ପ୍ରଦୂଷଣ ବିଭାଗ ଜରିଆରେ ପ୍ରଭାବିତ ଅଂଚଳ ବାସୀଙ୍କ ଓଜନ ମାପିବାକୁ କରଥିଲେ କି ଟ୍ରେଲର ? ବୋଲି ପ୍ରଶ୍ନ ହେଉଛି . ନହେଲେ ପ୍ରଚାର ପ୍ରସାର ନକରି କାହିଁକି ଜନ ଶୁଣାଣି କୁ ଆସିଲେ ? ଯାହାକୁ ନେଇ ସମଗ୍ର ଅଂଚଳରେ ଅଶାନ୍ତକର ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି . ଖଣି ଖନନ ହେଲେ ସମଗ୍ର ଅଂଚଳର ଜମି ଚାଷ ପଙ୍ଗୁ ହେବ ପଥର ଗୁଣ୍ଡ ଓ ଧୂଳି ରୁ ଚାଷ ପ୍ରଣାଳୀ ନଷ୍ଟ ହେବ .କେବଳ ସେହି ପଂଚାୟତ ନୁହଁ ଆଖପାଖ ପଞ୍ଚୟତ ମଧ୍ୟ ଭାରି ପ୍ରଭାବିତ ହେବ . ଅଂଚଳର ଆଖପାଖ ସବୁ ଚାଷ ଜମି ଉଜୁଡ଼ିବା ସମ୍ଭାବନା ରହିଛି . ପାନୀୟ ଜଳର ଘୋର ସଙ୍କଟ ଦେଖା ଦେବ ! ସୁଦ୍ଧ ଅମ୍ଳଜାନ ର ଅଭାବ ଦେଖା ଦେବ .
ପ୍ରଶାସନ ଦ୍ୱାରା ଆୟୋଜିତ ହୋଇଥିବା ପରିବେଶ ମଞ୍ଜୁରୀ ଜନଶୁଣାଣୀକୁ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ଓ ଜନ ସାଧାରଣ ପ୍ରତ୍ୟାଖାନ କରିଛନ୍ତି I ନିର୍ବାଚିତ ପ୍ରତିନିଧି ଓ ଜନ ସାଧାରଣ ସ୍ଥାନୀୟ ଲୋକଙ୍କୁ କୌଣସି ସୂଚନା ନଦେଇ , ଏହାକୁ ଆୟୋଜନ କରିଥିବା ଅଭିଯୋଗ କରି ପ୍ରବଳ ବିରୋଧ କରି ପ୍ରତ୍ୟାଖାନ କରିଥିଲେ I ସ୍ଥାନୀୟ ସରପଞ୍ଚ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ବିରୋଧ କରିଥିଲେ I ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ ଓ ରାୟଗଡ ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀ ଜନଶୁଣାଣୀ ବେଳେ ଉପସ୍ଥିତ ଥିଲେ I୫୫.୩୯୪ ହେକ୍ଟର ପରିମିତ ଅଂଚଳରେ କ୍ୱାର୍ଜ ଖଣିରୁ ବାର୍ଷିକ ୫୪୫୦୦ ଘନ ମିଟର ଉତ୍ତୋଳନ କରିବା ନିମନ୍ତେ ପରିବେଶ ମଞ୍ଜୁରୀ ପାଇଁ ସର୍ବସାଧାରଣ ଶୁଣାଣି ଆଜି ଅନୁଷ୍ଠିତ ହେଉଥିଲା I ଏହି ଶୁଣାଣି ଇରୁକୁବାଡ଼ି ପଞ୍ଚାୟତରେ ଅନୁଷ୍ଠିତ ହୋଇଥିଲା I ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କଂହର, ତହସିଲଦାର ପ୍ରିୟଦର୍ଶନୀ ସ୍ୱାଇଁ, ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ଅଶୋକ ଭୋଇ ଉପସ୍ଥିତ ଥିଲେ . ଅଂଚଳବାସି ମାନେ ଅଭିଯୋଗ କରି କହିଛନ୍ତି ଏହି ଖଣି ଲିଜ ପାଇଥିବା ବାଳକୃଷ୍ଣ ପାଢ଼ୀ ଓ ତାଙ୍କର ସଂସ୍ଥା ସ୍ଥାନୀୟ ଲୋକଙ୍କୁ ଅନ୍ଧକାରରେ ରଖି ଚଞ୍ଚକତା କରି ଏହି ଶୁଣାଣି କରିଥିବାରୁ ଆମେ ସମୂହ ଭାବେ ବିରୋଧ କରିଛୁ I ଅତିରିକ୍ତ ଜିଲ୍ଲାପାଳ ଏହି ବିରୋଧ ନେଇ ସରକାରଙ୍କୁ ଅବଗତ ଲରାଯିବ ବୋଲି କହିଛନ୍ତି I

ଅଧିକ ପଢନ୍ତୁ