ବାଲିଘର ହାତୀ ମୃତ୍ୟୁ ଘଟଣାରେ ହେବ କାର୍ଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ପରିବେଶ ସୁରକ୍ଷା ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ହାତୀ ମୃତ୍ୟୁ ଘଟଣାର ତଦନ୍ତ ଚାଲିଛି । ତଦନ୍ତ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେ କହିଛନ୍ତି, ଘଟଣାକୁ ନେଇ ତତ୍ପର ରହିଛି ବନ ବିଭାଗ। ଯେତେ ଦୋଷୀ ଅଛନ୍ତି ସମସ୍ତଙ୍କୁ ଧରାଯିବ। କାହାରିକୁ ଛଡା ଯିବନି ବୋଲି କହିଥିଲେ।ସୂଚନାଯୋଗ୍ୟ ଗତକାଲି ଏହି ଘଟଣାରେ ବ୍ରହ୍ମପୁର ଆରସିସିଏଫ କହିଥିଲେ ଯେ ହାତୀକୁ ୩୨ ଖଣ୍ଡ କଟାଯାଇଥିଲା । ନିଲମ୍ବିତ ଡେପୁଟି ରେଞ୍ଜର ହାତୀକୁ କାଟିବା ଯୋଜନା କରିଥିଲେ । ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ଘଟିଥିଲା । ବିଭାଗ ଆକ୍ସନ ନେବା ଭୟରେ ଏଭଳି କାଣ୍ଡ ଭିଆଇ ଥିଲେ ଡେପୁଟି ରେଞ୍ଜର । ହାତୀକୁ କାଟିବାରେ ସାମିଲ ୮ ଜଣ ସ୍କ୍ୱାଡ୍ଙ୍କୁ ୩୫୩ରେ ନୋଟିସ୍ ହୋଇଛି । ନିଲମ୍ବିତ ଡେପୁଟି ରେଞ୍ଜର ବିନୟ ବିଶି ଫେରାର ଅଛନ୍ତି । ଡ୍ରାଇଭର ହୃଷିକେଶ ପଣ୍ଡାଙ୍କୁ କୋର୍ଟ ଚାଲାଣ ସହ ୩ ଗାଡି ଜବତ କରାଯାଇଛି ।
