ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଶେଷ ସନ୍ଧ୍ୟାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଐତିହାସିକ ବାଲିଯାତ୍ରାର ଉଦ୍ଯାପନୀ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଚାଲିଛି ବଲିଉଡ୍ ଗାୟିକା ଶ୍ରେୟା ଘୋଷାଲଙ୍କ ଶୋ’ । ଶ୍ରେୟାଙ୍କ ଗୀତରେ ଝୁମିବାକୁ ତଳ ବାଲିଯାତ୍ରା ପଡ଼ିଆରେ ପ୍ରବଳ ଭିଡ଼ ଜମିଥିବା ବେଳେ ଠେଲାପେଲାରେ ୩ ଜଣ ଅଚେତ ହୋଇ ପଡ଼ିଥିବା ସୂଚନା ମିଳିଛି ।ଏପରିକି ପୁଲିସ ଓ ଲୋକ ହାତାହାତି ହୋଇଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୁଲିସ ପକ୍ଷରୁ ମୃଦୁ ଲାଠି ଚାଳନା କରାଯାଇଛି। ଭିଡ଼ରେ ଜଣେ ମହିଳା ଆହତ ହୋଇଥିବା ବେଳେ ଜଣେ ଯୁବତୀ ଅଚେତ୍ ହୋଇଥିଲେ।ସଙ୍ଗେ ସଙ୍ଗେ ଉଦ୍ଧାର କରି ଚିକିତ୍ସା ପାଇଁ ସହାୟତା କେନ୍ଦ୍ରକୁ ନିଆଯାଇଛି। ଅସମ୍ଭାଳ ଭିଡ଼ ଓ ଠେଲାପେଲା ସ୍ଥିତି ପରେ ଟ୍ଵିନ୍ ସିଟି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ବାଲିଯାତ୍ରା ପଡ଼ିଆରେ ପହଞ୍ଚିଛନ୍ତି । କୁହାଯାଉଛି, ପ୍ରଶାସନ ଆକଳନ କରିଥିବା ଭିଡ଼ ଠାରୁ ଅଧିକ ଲୋକ ଶେଷ ଦିନରେ ବାଲିଯାତ୍ରା ପଡ଼ିଆକୁ ଆସିଥିଲେ । ଗଣକବି ବୈଷ୍ଣବ ପାଣି ମଞ୍ଚରେ ଶ୍ରେୟାଙ୍କୁ ଶୁଣିବାକୁ ପ୍ରବଳ ଭିଡ଼ ଜମିଥିଲା ।
