ବାଲିଯାତ୍ରା ପଡ଼ିଆରେ ବିଶାଳ କାଚ ଭିତରେ ଭାସୁଛନ୍ତି ଜଳପରୀ

ଦର୍ଶକଙ୍କ ମନ ମୋହୁଛି ଐତିହାସିକ କଟକ ବାଲିଯାତ୍ରା ୨୦୨୫ । ଆଲୋକମାଳାରେ ଗଛ ଗୁଡିକୁ ସୁସଜ୍ଜିତ କରାଯାଇଛି । ପୁରା ମେଳାକୁ ବିଭିନ୍ନ ରଙ୍ଗ ଲାଇଟରେ ସଜାଯାଇଛି । ଜନସାମଗମରେ ଭର୍ତ୍ତି ଏହି ମେଳା । ଦୂର ଦୂରାନ୍ତରରୁ ଆସି ବୁଲି ଯାଉଛନ୍ତି ଲୋକେ । ବାଲିଯାତ୍ରାରେ ଡ୍ରାଗନ , ଡଙ୍ଗା ଦୋଳି ଭଳି ଭିନ୍ନ ଭିନ୍ନ ଦୋଳି ପଡିଛି । ଯେଉଁଠି ପିଲାଠୁ ବଡ ସମସ୍ତେ ମନଭରି ଦୋଳି ଖେଳିପାରିବେ । ବହୁ ସିନେରି, ଜଳପରୀ, ସୋଲାର ସିଷ୍ଟମକୁ ସବୁ ୩ଡିରେ ଦେଖି ଖୁସି ହେଉଛନ୍ତି ଉପଭୋଗକାରୀ । ତେବେ ପ୍ରଥମଥର ପାଇଁ ଚଳିତବର୍ଷ ପଡ଼ିଶ ଜଳପରୀ ଶୋ’ । ଏହାକୁ ବାଲିଯାତ୍ରାକୁ ନେଇ ଆସିଥିବା ମହମ୍ମଦ ଇର୍ସାଦ କହିଛନ୍ତି, “ଜଳପରୀ ଶୋ’ ବାଲିଯାତ୍ରାରେ ପ୍ରଥମଥର ପଡ଼ିଛି । ଲୋକଙ୍କୁ ଏହା ପସନ୍ଦ ଆସୁଛି । ଦିନ ୨ଟାରୁ ଶୋ’ ଆରମ୍ଭ ହୋଇ ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ଚାଲୁଛି ।”ଜଳପରୀ ବେଶରେ ଲୋକଙ୍କ ମନ ମୋହୁଥିବା ଯୁବତୀ ଇଣ୍ଡୋନେସିଆ ଓ ଫିଲିପ୍ପାଇନ୍ସର । ପାଣି ଭିତରେ ଦୁଇ ଯୁବତୀ ବିଭିନ୍ନ ପ୍ରକାର ଷ୍ଟଣ୍ଟ ଦେଖାଇ ଲୋକଙ୍କ ମନୋରଞ୍ଜନ କରୁଛନ୍ତି । ଜଳପରୀ ଶୋ’ ଦେଖିବା ପାଇଁ ଟିକେଟର ମୂଲ୍ୟ ଶହେ ଟଙ୍କା ରହିଛି । ଯାହାକୁ ଲୋକେ ପ୍ରଶଂସା କରିଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital