ବାଲିଯାତ୍ରା ପାଇଁ ଗୀତ ରିଲିଜ୍ ହେଲା

ଆମେ କଟ୍‌କି, ସବୁଠାରୁ ହଟ୍‌କି.. ଆମ ବାଲିଯାତ୍ରା ସବୁଠାରୁ ନିଆରା.. ଏ କଟକ ନଗର, ଏ ଧବଳ ଟଗର.. ଭାଇଚାରା ପାଇଁ ପ୍ରସିଦ୍ଧି ତାର.. ଏପଟେ କାଠଯୋଡ଼ି, ସେପଟେ ମହାନଦୀ.. ତେବେ କଟକର ଗୌରବମୟ ଇତିହାସରୁ ଆରମ୍ଭ କରି ସଂସ୍କୃତି, ସାହିତ୍ୟ, କଳା, ପରମ୍ପରା ଇତ୍ୟାଦି ବର୍ଣ୍ଣନା କରା ଯାଇଛି । ମହାନଦୀ,କାଠଯୋଡି, କଟକର ଦଶହରା ଦହିବରା, ବାରବାଟୀ ଦୁର୍ଗ, ସ୍ଵରାଜ ଆଶ୍ରମ, ଚଣ୍ଡୀ ମନ୍ଦିର, କଦମ୍ ରସୁଲ୍, ଚର୍ଚ୍ଚ, ଗୁରୁଦ୍ୱାର ସହ କଟକ ମାଟିରେ ଜନ୍ମ ନେଇଥିବା ନେତାନୀ, ମଧୁ ବାବୁ, ବିଜୁ ବାବୁ, ରମାଦେବୀ, ଗୋପୀନାଥ, ସୁରେନ୍ଦ୍ର ମହାନ୍ତିଙ୍କ ପରି ବହୁ ବିଶିଷ୍ଟ ବ୍ୟକ୍ତି ଓ କଟକର ଗୁରୁତ୍ଵପୂର୍ଣ୍ଣ ସ୍ଥାନକୁ ଗୀତରେ ସ୍ଥାନିତ କରାଯାଇଛି ।ଚଳିତ ବର୍ଷ କଟକ ବାଲିଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଏକ ସ୍ଵତନ୍ତ୍ର ଗୀତ ରିଲିଜ କରାଯାଇଛି । ଏହି ଗୀତକୁ ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ରଚନା କରିଥିବା ବେଳେ ଦୀପକ କୁମାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଗୀତରେ ଦୁଇ ପ୍ରତିଭାବାନ୍‌ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଓ ସତ୍ୟଜିତ ପ୍ରଧାନ କଣ୍ଠ ଦାନ କରିଛନ୍ତି ।

ଅଧିକ ପଢନ୍ତୁ