ବାଲି ଓ ଚକୋଲେଟ୍‌ରେ ବିଶ୍ୱର ସବୁଠୁ ବଡ଼ ସାନ୍ତାକ୍ଲଜ୍‌

ଶିଳ୍ପୀ ସୁଦର୍ଶନଙ୍କ ନାଁରେ ନୂଆ ରେକର୍ଡ । ୱାଲ୍ଡ ରେକର୍ଡ ବୁକ୍ ଅଫ୍ ଇଣ୍ଡିଆ ରେକର୍ଡରେ ସ୍ଥାନ ପାଇଲା ପଦ୍ମଶ୍ରୀ ସୁଦର୍ଶନଙ୍କ ବାଲୁକା କଳା । କ୍ରିସମାସ୍ ଉପଲକ୍ଷେ ବିଶ୍ଵର ସର୍ବବୃହତ ସାଣ୍ଟା କ୍ଲଜ୍ ବାଲୁକା କଳା ପ୍ରସ୍ତୁତ କରିଥିଲେ ସୁଦର୍ଶନ । ଏହି ବାଲୁକା କଳାରେ ୫୫୦ କେଜି ଚକୋଲେଟ୍ ବ୍ୟବହାର ହୋଇଛି ।୧୬୦ ଫୁଟ୍‌ ଲମ୍ବ ଏବଂ ୧୦୦ ଫୁଟ୍‌ ଚଉଡାର ଏହି ବିରାଟ ସାନ୍ତା କ୍ଲଜ ୧୬ ହଜାର ବର୍ଗଫୁଟ ଫୁଟ୍‌ ଅଞ୍ଚଳରେ ପ୍ରସ୍ତୁତ କରାଯାଇଛି। ଏହାକୁ ନିଜ ଛାତ୍ରଛାତ୍ରୀଙ୍କ ସହ ମିଶି ସୁଦର୍ଶନ ୬ ଘଣ୍ଟାରେ ଶେଷ କରିଛନ୍ତି। ପୁରୀ ବେଳାଭୂମିରେ ଏହି ବାଲୁକା କଳାଟିର କୃତିତ୍ୱ ପାଇଁ ସୁଦର୍ଶନଙ୍କୁ ଶୁଭେଛା ଜଣାଇଛନ୍ତି ୱାର୍ଲ୍ଡ ରେକର୍ଡ ବୁକ ଅଫ ଇଣ୍ଡିଆର ମୁଖ୍ୟ ସମ୍ପାଦକ ସୁଷମା ନର୍ଭେକର ।

ଅଧିକ ପଢନ୍ତୁ

Odisha Darpan Digital