ବାଲି ମାଫିଆଙ୍କ ଗୁଣ୍ଡାରାଜ । ବାଲି ମାଫିଆଙ୍କ ମାଡ଼ରେ ଲହୁ ଲୁହାଣ ଖଣି ଅଧିକାରୀ । ବାଲେଶ୍ବର ରେମୁଣା କାଠସଙ୍ଗଡାରେ ବାଲି ମାଫିଆଙ୍କ ଆକ୍ରମଣରେ ଜୁନିୟର ମାଇନିଂ ଅଫିସର ତାପସ କୁମାର ବେହେରା ଆହତ । ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ମିଳିବା ପରେ ଜିଲ୍ଲା ମାଇନିଙ୍ଗ ଅଧିକାରୀ ଏନେଇ ତଦନ୍ତ ଆରମ୍ଭ କରିଛନ୍ତି । ଏପଟେ ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ଏବଂ ମାଫିଆଙ୍କ ବିରୁଦ୍ଧରେ ଆଇନ ଗତ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ୍ ସୀର୍କେ ।ସୂଚନାଯୋଗ୍ୟ ଯେ, କାଠ ସାଙ୍ଗଡ଼ାକୁ ମଙ୍ଗଳବାର ମଧ୍ୟାହ୍ନ ସମୟରେ ପରିଦର୍ଶନ ପାଇଁ ଯାଇଥିଲେ ଜୁନିୟର ମାଇନିଂ ଅଫିସର । ତାଙ୍କ ସହିତ ମାଇନିଂ ବିଭାଗର ଅନ୍ୟ ଜଣେ କର୍ମଚାରୀ ଓ ଡ଼୍ରାଇଭର ମଧ୍ୟ ଥିଲେ । ଜୁନିୟର ମାଇନିଂ ଅଫିସର ଏକ ଫଟୋ ଉଠାଇବା ବେଳେ ଜଣେ ପରେ ଜଣେ ବାଲି ମାଫିଆ ରୁଣ୍ଡ ହୋଇ ତାଙ୍କୁ ଆକ୍ରମଣ କରିଥିଲେ ।
