ବାଲୁକା କଳାରେ ପ୍ରଭୁ ଶିବଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇଛି । ଶିବଙ୍କର ପ୍ରତିମୂର୍ତ୍ତି ସହ ଶିବ ଲିଙ୍ଗ, ଶିବଙ୍କ ବାହନ ସାପ ମଧ୍ୟ ଏଥିରେ ସ୍ଥାନ ପାଇଛି । କେବଳ ସେତିକି ନୁହେଁ ଏହି ବାଲୁକା କଳାରେ ୧୪୪ଟି କୁମ୍ଭ ସହିତ ୧୪୪ଟି ଶିବ ଲିଙ୍ଗ ମଧ୍ୟ ସ୍ଥାନ ପାଇଛି । ମହାଶିବରାତ୍ରୀରେ ମହାକୁମ୍ଭ ଶେଷ ହେବାକୁ ଯାଉଥିବାରୁ ଏହାକୁ ସ୍ମରଣୀୟ କରିବା ପାଇଁ ସୁଦର୍ଶନ ଏଭଳି ବାଲୁକା କଳା ନିର୍ମାଣ କରିଥିବା କହିଛନ୍ତି ।ଏହି ବାଲୁକା କଳାଟିକୁ ନିର୍ମାଣ କରିବା ପାଇଁ ସୁଦର୍ଶନଙ୍କୁ ୬ ଘଣ୍ଟା ସମୟ ଲାଗିଥିବା ବେଳେ ଏଥିରେ ୮ ଟନ୍ ବାଲି ବ୍ୟବହୃତ ହୋଇଛି ।
