ମୁମ୍ବାଇର NESCO ଗ୍ରାଉଣ୍ଡରେ ଚାଲିଥିବା ଭାରତ ସାମୁଦ୍ରିକ ସପ୍ତାହ ୨୦୨୫ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଭେଟିଥିଲେ।
ପ୍ରଧାନମନ୍ତ୍ରୀ ତାଙ୍କ ଚମତ୍କାର ବାଲୁକା କଳାକୁ ପ୍ରଶଂସା ମଧ୍ୟ କରିଥିଲେ। ଚଳିତ ବର୍ଷ ସୁଦର୍ଶନ ପ୍ରସିଦ୍ଧ ବାଲି ଯାତ୍ରା ଥିମ୍ “ଓଡିଶାରୁ ଇଣ୍ଡୋନେସିଆ: ଐତିହ୍ୟ ଯାତ୍ରା” ଶୀର୍ଷକରେ ଭାରତର ପ୍ରାଚୀନ ସାମୁଦ୍ରିକ ଐତିହ୍ୟକୁ ଦର୍ଶାଇଛନ୍ତି।ତେବେ ଭାରତ ସାମୁଦ୍ରିକ ସପ୍ତାହରେ ପ୍ରଧାନମନ୍ତ୍ରୀ ଜାହାଜ ଏବଂ ଜାହାଜ ନିର୍ମାଣ କ୍ଷେତ୍ର ପାଇଁ ଅନେକ ପ୍ରମୁଖ ପଦକ୍ଷେପର ଉଦଘାଟନ କରିଥିଲେ। ସାମୁଦ୍ରିକ ଅମୃତ କାଳ ଦୃଷ୍ଟିକୋଣ ୨୦୪୭ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ ଯାହା ଭାରତକୁ ଏକ ବିଶ୍ୱ ସାମୁଦ୍ରିକ ଶକ୍ତି ଭାବରେ ପ୍ରତିଷ୍ଠା କରିବା ପାଇଁ ଏକ ରୋଡମ୍ୟାପ୍ ବୋଲି ସେ କହିଥିଲେ।
