ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ ।ଏଫଏମ କଲେଜ ପରିସରକୁ ଯାଇ ତଦନ୍ତ ଆରମ୍ଭ କଲା କ୍ରାଇମ୍ବ୍ରାଞ୍ଚ୍ ଟିମ୍ । ଆଇଜି ଏସ୍ ସାଇନି ଓ ତଦନ୍ତକାରୀ ଅଧିକାରୀ ଏଫଏମ କଲେଜରେ ପହଞ୍ଚି ତଦନ୍ତ କରିଛନ୍ତି। କ୍ରାଇମବ୍ରାଞ୍ଚ ଡିଏସପି ଇମାନ କଲ୍ୟାଣ ଓ ଆଉ ଜଣେ ସଦସ୍ୟ ରହିଛନ୍ତି। ସମସ୍ତ ଦିଗକୁ ନେଇ ତଦନ୍ତ କରାଯିବ ବୋଲି କ୍ରାଇମବ୍ରାଞ୍ଚ କହିଛି। ତେବେ ଆସନ୍ତାକାଲି ବାଲେଶ୍ୱର ଯିବ ଉଚ୍ଚଶିକ୍ଷା ବିଭାଗର ଉଚ୍ଚ ସ୍ତରୀୟ କମିଟି। FM କଲେଜ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ କରିବ। ୧୮ ଓ ୧୯ ତାରିଖ କମିଟି ତଦନ୍ତ କରିବ ବୋଲି ଜଣାପଡିଛି। ଉପସ୍ଥିତ ରହିବା ପାଇଁ ICC ସଦସ୍ୟଙ୍କୁ ନିର୍ଦ୍ଦେଶ ଦେଇଛି। ଜୁଲାଇ ୧୩ରେ କମିଟି ପ୍ରାଥମିକ ତଦନ୍ତ କରି ରିପୋର୍ଟ ଦାଖଲ କରିଥିଲା ।
