ବାଲେଶ୍ଵର ଆକାଶରେ ପ୍ରଚଣ୍ଡ ଶବ୍ଦ। ପ୍ରଚଣ୍ଡ ଶବ୍ଦ ଯୋଗୁଁ ଥରିଲା ଘର ଝରକା । ପୂର୍ବରୁ ଏଭଳି ଶବ୍ଦ ଅନେକ ଥର ଦେଖିବାକୁ ମିଳିଥିବା ବେଳେ ଆଜି ଦିନ 3 ଟା 30 ବେଳେ ଏଭଳି ପ୍ରଚଣ୍ଡ ଶବ୍ଦ ଅନୁଭୂତ ହୋଇଥିଲା । ପ୍ରଚଣ୍ଡ ଓ ଭୟଙ୍କର ଶବ୍ଦ ଆଗରୁ କେହି ଶୁଣି ନଥିଲେ । ୩.୩୪ମିନିଟ ସମୟରେ ଏହି ଶବ୍ଦ ଶୁଣିବାକୁ ମିଳିଛି । ଏହିଶବ୍ଦ ପରେ ଲୋକଙ୍କ ମନରେ ଏକ ପ୍ରକାର ଭୟ ସୃଷ୍ଟି ହେଇଛି ।
ତେବେ ଏହି ଶବ୍ଦ ପ୍ରକୃତରେ କ’ଣ ଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଲୋକମାନେ ମଧ୍ୟ ଏହି ଶବ୍ଦ ଶୁଣି ଭୟଭୀତ ହୋଇପଡ଼ିଥିଲେ । ତେବେ ସେଠାରେ ଅନେକ ବଡ଼ ବଡ଼ ଷ୍ଟିଲ କମ୍ପାନୀଗୁଡ଼ିକ ଅଛି । ସେଥିରୁ ମଧ୍ୟ କିଛି ବିସ୍ଫୋରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଏପର୍ଯ୍ୟନ୍ତ କୌଣସି ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଏହା ଏବେ ସନ୍ଦେହ ଘେରକୁ ଆସିଛି ।