ବାହାଘର ଦିନ ଆଖି ବୁଜିଲେ ଦୁଇ ଭଉଣୀ, ବିଷ ପିଇ ହାରିଲେ ଜୀବନ

ବାହାଘର ପ୍ରସ୍ତୁତି ଚାଲିଥିଲା । ସମସ୍ତେ ବାହାଘରକୁ ନେଇ ଉତ୍ସାହିତ ଥିଲେ । ବର ଆସିଥାନ୍ତା ବାହାଘର ପରେ ଶାଶୂଘରକୁ ଯାଇଥାନ୍ତେ । ହେଲେ ନିମିଷକେ ସବୁ କିଛି ସରିଗଲା । ବିବାହ ଉତ୍ସବ ଶୋକରେ ବୁଡିଗଲା । ବିବାହ ଦିନ ଉଠିଲା ଦୁଇ ଭଉଣୀଙ୍କ କୋକେଇ । ରାଜସ୍ଥାନର ଯୋଧପୁର ଜିଲା ଅନ୍ତର୍ଗତ ମାନାଇ ଗ୍ରାମରେ ଦୁଇ ଭଉଣୀ ଗତ ଶୁକ୍ରବାର ବିଷପାନ କରି ଆତ୍ମହତ୍ୟା କରିଛନ୍ତି।ମୃତ ଦୁଇ ଭଉଣୀ ହେଲେ ଶୋଭା (୨୫) ଓ ବିମଳା (୨୩) । ଯୋଧପୁରର ମନାଈ ଗ୍ରାମରେ ସେମାନଙ୍କ ଘର । ସେମାନେ ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ । ଦୁଇ ଭଉଣୀଙ୍କୁ ଏକାଠି ବାହାଦେବାକୁ ପିତା ଦୀପ ସିଂହ ନିଷ୍ପତ୍ତି ନେଇଥିଲେ । ଶୋଭା ଓ ବିମଳାଙ୍କୁ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଅଚେତ ଅବସ୍ଥାରେ ଉଦ୍ଧାର ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ପରିବାର ମୃତଦେହ ନେଇ ଫେରିଥିଲେ । ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବିଷପାନ କରିଥିବାରୁ ଦୁଇ ଭଉଣୀଙ୍କର ମୃ୍ତ୍ୟୁ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି। ଘଟଣାସ୍ଥଳରୁ କୌଣସି ସୁଇସାଇଡ୍‌ ନୋଟ ଜବତ ହୋଇନଥିବାବେଳେ କେଉଁ କାରଣରୁ ଏମାନେ ବିଷପାନ କରିଛନ୍ତି, ତାହା ସ୍ପଷ୍ଟ ହୋଇପାରିନାହିଁ।

ଅଧିକ ପଢନ୍ତୁ