ମାଥିଲି ବନ୍ଧଗୁଡାରେ ଘଟିଯାଇଛି ଅଭାବନୀୟ କାଣ୍ଡ। ବାହାଘର ଭୋଜି ଖାଇ ଜଣଙ୍କର ମତ୍ୟୁ ଘଟିଥିବାବେଳେ ୨୫ରୁ ଅଧିକ ଶିଶୁ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥ ଶିଶୁଙ୍କୁ ମାଥିଲି ଓ ମାଲକାନଗିରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ବନ୍ଧଗୁଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ବିବାହ ଭୋଜିର ଆୟୋଜନ ହୋଇଥିଲା । ଚାଉଳମେନ୍ଦି ପଂଚାୟତର ବନ୍ଧଗୁଡା ନୂଆଗୁଡା ସହ ଆଖପାଖ ଅଂଚଳର ଗ୍ରାମବାସୀ ଭୋଜି ଖାଇଥିଲେ ।
ଗତକାଲି ଭୋଜି ଖାଇଥିବା ନୂଆଗୁଡା ଗ୍ରାମର କିଛି ଶିଶୁ ପ୍ରଥମେ ଅସୁସ୍ଥ ହୋଇଥିଲେ । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ବାରୁ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ପରେ ପରେ ପର୍ଯ୍ୟାୟ କ୍ରମେ ଗୁରୁତରଙ୍କ ସଂଖ୍ୟା ବଢିବାକୁ ଲାଗିଥିଲା ।ଏପରିକି ଜଣେ ଆଠ ବର୍ଷୀୟା ଶିଶୁ ଦହନା ନାଲିଙ୍କ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ସମସ୍ତଙ୍କୁ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗାଁରେ ସ୍ଥିତି ସ୍ୱାଭାବିକ ଥିବା ବେଳେ ଏକ ଡାକ୍ତରୀ ଦଳ ନୂଆଗୁଡା ରେ କ୍ୟାମ୍ପ କରି ପରିସ୍ଥିତି ଉପରେ ନଜର ରଖିଥିବା ଜଣାଯାଇଛି ।