ବିଏମସିର ଯାତ୍ରା ଏସଓପି : ଅଶ୍ଳୀଳ ପ୍ରଦର୍ଶନ କଲେ NOC କ୍ୟାନସଲ୍

୨୭ ତାରିଖରୁ ଆରମ୍ଭ ହେବ ଖଣ୍ଡଗିରି ଯାତ୍ରା । ୭ଟି ପେଣ୍ଡାଲରେ ଜଲୱା ଦେଖାଇବେ ୧୫ ପାର୍ଟି।ତେବେ ଯାତ୍ରା ହେବା ପୂର୍ବରୁ କମିଟିମାନଙ୍କ ଉପରେ ବିଏମସିର ଲଗାମ। NOC ଦେବା ପୂର୍ବରୁ ବିଏମସିର ଯାତ୍ରା ଏସଓପି। ଅଶ୍ଳୀଳତାକୁ କରାଯିବନି ଆଦୌ ବରଦାସ୍ତ। ପାର୍କିଂ, ସଫେଇ ଓ ବ୍ୟାରିକେଡକୁ ଗୁରୁତ୍ଵ। ଅଶ୍ଳୀଳ ପ୍ରଦର୍ଶନ କଲେ ଏନଓସି କ୍ୟାନସଲ୍। ଯାତ୍ରା ପରିବେଷଣ ଉପରେ ନଜର ରଖିବ ବିଏମ୍ସି ର ସ୍ଵତନ୍ତ୍ର ସ୍କ୍ଵାଡ୍। ଗଣମାଧ୍ୟମ ରିପୋର୍ଟ ଆଧାରରେ ବି ହୋଇପାରେ ଆକ୍ସନ।ବିଏମସି କହିଛି ଯେ, କମିଟି ପକ୍ଷରୁ ସର୍ବାଧିକ ୫୦ଟି ଦୋକାନ ପକାଯାଇ ପାରିବ। ସେଥିରୁ ବି ବିଏମସି ଲାଇସେନ୍ସ ଫି ଆଦାୟ କରିବ। ବେନିୟମ ପାର୍କିଂକୁ ହଟାଯିବ। କେବଳ କମିଟିମାନେ ପାର୍କିଂ କରି ପାରିବେ। ଅନ୍ୟ କେହି କରି ପାରିବେ ନାହିଁ। ଟେଣ୍ଡର ଜରିଆରେ ପାର୍କିଂ ମିଳିବ। ଦର୍ଶକଙ୍କ ପାଇଁ ଚେୟାର ଛାଡି ଛାଡି ପକାହେବ। ସବୁ ଭଲ୍ୟୁଣ୍ଟର କାର୍ଡ ପକାଇବେ। ଏନେଇ ସବୁ କମିଟି ସହ ଆଲୋଚନା ହୋଇଛି।

ଅଧିକ ପଢନ୍ତୁ