ବିଏମସି: ପୂଜାଫୁଲରୁ ତିଆରି ହେବ ଧୂପକାଠି, ଲାଗିବ ଠାକୁରଙ୍କ ପୂଜାରେ

ସାଂସ୍କୃତିକ ଚେତନାକୁ ସମ୍ମାନ ଦେବା ଏବଂ ପରିବେଶର ସୱଚ୍ଛତା ବୃଦ୍ଧି ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି.) ଫୁଲ ଏବଂ ପୂଜା ବର୍ଜ୍ୟରେ ଉପଯୁକ୍ତ ସଂଗ୍ରହ ଏବଂ ପ୍ରକ୍ରିୟାକରଣ ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି।କେବଳ ଫୁଲ ଏବଂ ପୂଜା ବର୍ଜ୍ୟ ସଂଗ୍ରହ ଉଦ୍ଦେଶ୍ୟରେ ପ୍ରତ୍ୟେକ ଜୋନରେ ଏକ ନିର୍ଦ୍ଦିଷ୍ଟ ସ୍ୱେଚ୍ଛାସେବୀ ସଂଗଠନକୁ ଗୋଟିଏ ସ୍ୱତନ୍ତ୍ର ଯାନ ପ୍ରଦାନ କରିବ ବିଏମସି । ସେଥିରେ ଅନ୍ୟ କୌଣସି ଆବର୍ଜନା ସଂଗ୍ରହ କରାଯିବ ନାହିଁ । ସଂଗୃହୀତ ବର୍ଜ୍ୟବସ୍ତୁ କେବଳ ପୂଜା ମଣ୍ଡପରୁ ସଂଗ୍ରହ କରାଯିବ ଏବଂ ପ୍ରକ୍ରିୟାକରଣ ପାଇଁ ପୋଖରୀପୁଟ ପ୍ଲାଣ୍ଟକୁ ପରିବହନ କରାଯିବ ।

ଏଥିପାଇଁ ଲୋକମାନଙ୍କୁ ସଚେତନ କରାଯିବାର ଯୋଜନା କରାଯାଇଛି । ସାନିଟାରୀ ଷ୍ଟାଫ୍ ଏବଂ ଏନଜିଓ ପ୍ରତିନିଧିମାନେ ବ୍ୟାପକ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ କାର୍ଯ୍ୟକ୍ରମ ପରିଚାଳନା କରିବେ । ସେମାନଙ୍କର ଉଦ୍ଦେଶ୍ୟ ହେଉଛି ପୂଜା କମିଟିର ସଦସ୍ୟମାନଙ୍କୁ ଏହି ସ୍ୱତନ୍ତ୍ର ସେବାର ଉପଯୋଗ କରିବା ପାଇଁ ସେଚେତନ କରିବା ଏବଂ ସେମାନଙ୍କ ଆବର୍ଜନାକୁ ନିର୍ବିଚାରରେ ଫିଙ୍ଗିବା ପରିବର୍ତ୍ତେ ନିର୍ଦ୍ଧାରିତ ସଂଗ୍ରହ ସ୍ଥାନରେ ସଠିକ୍ ଭାବରେ ନଷ୍ଟ କରିବା । କର୍ପୋରେଟର ଏବଂ ଅନ୍ୟ ଗୋଷ୍ଠୀର ସଦସ୍ୟମାନଙ୍କୁ ସ୍ଥାନୀୟ ବାସିନ୍ଦା/ପୂଜା ମଣ୍ଡପଗୁଡ଼ିକୁ ଏହି ସେବା ବିଷୟରେରେ ସୂଚନା ପ୍ରଦାନ କରିବା ଦିଗରେ ସାହାଯ୍ୟ କରିବାକୁ ଅନୁରୋଧ କରାଯାଇଛି । ପୂଜା କମିଟି ୧୯୨୯ସ୍‌ରେ ସ୍ବତନ୍ତ୍ର ହେଲ୍ପଲାଇନକୁ କଲ କରି ଏହି ସେବାର ଲାଭ ଉଠାଇପାରିବେ। ଏଥିପାଇଁ ସମସ୍ତ ପୂଜା କମିଟିର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ସଦସ୍ୟା ସହଯୋଗ କରିବା ସହ ଜନ ସଚେତନତା ସୃଷ୍ଟି କରିବା ପାଇଁ ବିଏମସି ପକ୍ଷରୁ ଅନୁରୋଧ କରାଯାଇଛି ।ସଂଗୃହୀତ ପୁଷ୍କ ବର୍ଜ୍ୟକୁ ଧୂପକାଠି ଭଳି ମୂଲ୍ୟବାନ ଉତ୍ପାଦରେ ପ୍ରକ୍ରିୟାକରଣ କରାଯିବ । ଅର୍ଥାତ୍ ଠାକୁରଙ୍କ ପାଖରୁ ଆସୁଥିବା ସମସ୍ତ ପୂଜାଫୁଲ ପୁଣି ସେହି ଠାକୁରଙ୍କ ପାଖରେ ଲାଗି ହେବ । ଏହାଦ୍ୱାରା ଏକ ସ୍ୱଚ୍ଛ, ପ୍ଲାଷ୍ଟିକ୍ ମୁକ୍ତ ପରିବେଶ ସୃଷ୍ଟି ହେବ ଏବଂ ବର୍ଜ୍ୟବସ୍ତୁର ଉପଯୁକ୍ତ ଉପଯୋଗ ସୁନିଶ୍ଚିତ ହେବ ।

ଅଧିକ ପଢନ୍ତୁ