ଆଉ କିଛି ଦିନ ପରେ ଆରମ୍ଭ ହେବ ଆଇପିଏଲ । ଏଥିପାଇଁ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି ସମସ୍ତ ଫ୍ରାଞ୍ଚାଇଜ୍ । ଏଥି ମଧ୍ୟରେ ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଖବର । ଆଇପିଏଲ ସିଜିନ୍-୧୯ ଆରମ୍ଭ ହେବା ପୂର୍ବରୁ ବିକ୍ରି ହୋଇଯାଇଛି RCB ।ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳକୁ ଆଦିତ୍ୟ ବିର୍ଲା ଗ୍ରୁପ୍ (ABG), ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପ୍ (TOI), ବୋଲ୍ଟ ଭେଞ୍ଚର୍ସ (ବୋଲ୍ଟ), ଏବଂ ବ୍ଲାକଷ୍ଟୋନର ପର୍ପେଚୁଆଲ୍ ପ୍ରାଇଭେଟ୍ ଇକ୍ୱିଟି ଷ୍ଟ୍ରାଟେଜି (BXPE, ବ୍ଲାକଷ୍ଟୋନ୍) ମିଳିତ ଭାବରେ ଅଧିଗ୍ରହଣ କରିଛନ୍ତି । ଏହି ୪ କମ୍ପାନୀ ଆରସିବିକୁ ୧୬ ହଜାର ୭୦୬ କୋଟିରେ କିଣିଛନ୍ତି । ସେମାନେ UK-Diageo PLC ର ଏକ ସହାୟକ କମ୍ପାନୀ ୟୁନାଇଟେଡ୍ ସ୍ପିରିଟ୍ସ ଲିମିଟେଡ୍ (USL) ରୁ ୧୦୦% ସେୟାର କିଣିଛନ୍ତି। ଏହି ଡିଲରେ RCB ପୁରୁଷ ଏବଂ ମହିଳା ଦଳ ଉଭୟ ରହିଛି ।
ଆଇପିଏଲର ଦୁଇ ଲୋକପ୍ରିୟ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ (ଆରଆର) ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବିକ୍ରି ହୋଇଛି । ଆଦିତ୍ୟ ବିର୍ଲା ଗ୍ରୁପ ଓ ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପଙ୍କ ନେତୃତ୍ୱାଧିନ ୪ଜଣିଆ କନସୋର୍ଟିୟମ୍ ୧୬,୭୦୬ କୋଟି ଟଙ୍କା ମୂଲ୍ୟରେ ଆରସିବି ଫ୍ରାଞ୍ଚାଇଜ କିଣିଛନ୍ତି । ସେହିପରି ଆମେରିକାର ପ୍ରତିଷ୍ଠିତ ଉଦ୍ୟୋଗପତି କାଲ ସୋମାନି ୧୫,୩୦୦ କୋଟି ଟଙ୍କା ମୂଲ୍ୟରେ ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜ କିଣିଛନ୍ତି ।
